ପୁରୀ୪/୧୨/୨୦୨୫(ଆଧାର ମିଡ଼ିଆ)ଗତ ୨ ତାରିଖ ଦିନ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳ ତୋରିହବନ୍ଧ ଗ୍ରାମରେ ହୋଇଥିବା ଜଘନ୍ୟ ହତ୍ୟା କାଣ୍ଡ ଘଟଣାରେ ୪ ଜଣ ହତ୍ୟାକାରୀଙ୍କୁ ଗିରଫ କରାଯାଇଛି.ସେମାନଙ୍କୁ ନେଇ ପିପିଲି ଏସଡିପିଓ ଦେବାଶିଷ ମିଶ୍ର.ବଳଙ୍ଗା ଥାନା ଆଇଆଇସି ଦିବ୍ୟରଞ୍ଜନ ପଣ୍ଡା.ଏସ ଆଇ ସସ୍ମିତା ବେହେରା ଏକ ସାମ୍ବାଦିକ ସମିଳନୀ କରି ଘଟଣାର ପର୍ଦାଫାଶ କରିଛନ୍ତି.ଏହି ହତ୍ୟା କାଣ୍ଡରେ ବ୍ୟବହାର କଟୁରୀ ଓ ବୁଲେଟକୁ ଜବତ କରିଛି.ସମ୍ପୃକ୍ତ ଥିବା ହତ୍ୟାକାରୀ ମାନେ ହେଲେ ତୋରିହବନ୍ଧ ଗ୍ରାମର ଅଶ୍ୱିନୀ କୁମାର ପ୍ରଧାନ,ପ୍ରଭାତୀ ପ୍ରଧାନ,କୋରାପୁଟ ଜିଲ୍ଲା ଲଷ୍ମୀପୁର ଥାନା ପୋଡ଼ଗଦା ଗ୍ରାମର ସଞ୍ଜୟ ବିଦିକା,ସଞ୍ଜୟଙ୍କ ସ୍ତ୍ରୀ ଲଷ୍ମୀପ୍ରିୟା ପ୍ରଧାନ.ଏମାନଙ୍କୁ ସନ୍ଧ୍ୟା ସମୟରେ କୋର୍ଟ ଚାଲାଣ କରାଯାଇଛି. ଯାମିନୀ ନାମଞ୍ଜୁର ହେବାରୁ ନିମାପଡା ଉପ କାରାଗାରକୁ ପଠା ଯାଇଛି.
Recent Comments