logo
add image
ସରକାରଙ୍କ ୧୪.୯୯ % ପ୍ରତିଶତ କାମକୁ ବୋଲଗଡ ଠିକାଦାର ସଂଘର ବିରୋଧ ।

ସରକାରଙ୍କ ୧୪.୯୯ % ପ୍ରତିଶତ କାମକୁ ବୋଲଗଡ ଠିକାଦାର ସଂଘର ବିରୋଧ ।

ବୋଲଗଡ/ଖୋର୍ଦ୍ଧା/୧୪/୧୨/୨୦୨୫/(ଆଧାର ମିଡ଼ିଆ) ଖୋର୍ଦ୍ଧାଜିଲ୍ଲା ବୋଲଗଡ ବ୍ଲକ ପିଚୁକୁଳି କଲ୍ୟାଣୀ ମଣ୍ଡପ ଠାରେ ବୋଲଗଡ ଠିକାଦାର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଠିକାଦାର ମାନେ ଠିକାଦାରଙ୍କ ଦୂରାବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି କାମରେ ସରକାରଙ୍କ ଧାର୍ଯ୍ୟ ୧୪.୯୯ ପ୍ରତିଶତ କମ୍‌ରେ କାମକୁ ସମସ୍ତେ ବିରୋଧ କରିଥିଲେ । ସର୍ବସମ୍ମତି କ୍ରମେ ନିଷ୍ପତି ଅନୁଯାୟୀ ୧୪.୯୯ ପ୍ରତିଶତ କମରେ କେହି କାମ କରିବେ ନାହିଁ। ଯଦି ବା କାମକରନ୍ତି ତା'ହେଲେ ତାହାର ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଦରକାର ପଡିଲେ ସଂଘ ତରଫରୁ ଦୁର୍ନୀତି ନିବାରଣ ବିଭାଗକୁ ଅଭିଯୋଗ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା।
ପୁନଶ୍ଚ ଆଗକୁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଯେଉଁ ଟେଣ୍ଡର ପକାଇବେ ସେଥିରେ କାହାରି ଯେମିତି ୧୪.୯୯ ପ୍ରତିଶତ କମ୍‌ରେ ଟେଣ୍ଡର ନପଡ଼େ । ସେହିଭଳି ବିଭିନ୍ନ ବିଭାଗର ଯେଉଁସବୁ କାର୍ଯ୍ୟର ଟେଣ୍ଡର ପଡିବ ସେଥିରେ ମଧ୍ୟ ଠିକାଦାର ୧୪.୯୯ ପ୍ରତିଶତ କମ୍‌ରେ ଟେଣ୍ଡର ନ ପକାଇବାକୁ ନିଷ୍ପରି ହୋଇଥିଲା । ବିଶେଷକରି କୌଣସି ବିଭାଗରେ ଟେଣ୍ଡର ସ୍ପେଶାଲ ଶ୍ରେଣୀଭୂକ୍ତ -ଏ,ବି,ସି,ଡି ର ଠିକାଦାର ମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟ (ସିଡ୍ୟୁଲ )ରେଟ୍‌ରେ ଟେଣ୍ଡର ପକାଇବେ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଛି ।ଏହା କାର୍ଯ୍ୟକାରୀ ହେଲେ  ଅଞ୍ଚଳ ହେଉଥିବା କାର୍ଯ୍ୟର ଗୁଣବତ୍ତା ରହିବ ବୋଲି ଆଶା କରାଯାଇଛି ।
ଏହାପରେ ମାସକୁ ଥରେ ବୈଠକ କରିବା ଓ ଏହି ବୈଠକରେ କାମର ପୁଙ୍ଖାନୁପୁଙ୍ଖ କରାଯାଇ ପ୍ରସ୍ତାବ ଗୃହୀତ କରାଗଲା। ବୈଠକରେ  ଠିକାଦାର ବରିଷ୍ଠ ଅକ୍ଷୟ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ କମିଟି ସଦସ୍ୟ ଭାବେ ପ୍ରସନ୍ନ ସାହୁ, ଶିବାଜୀ ମଙ୍ଗରାଜ, ସୁଶାନ୍ତ କୁମାର,ସାହୁ ଇସାକ ଖାଁ, ଆକବର ଅଲ୍ଲୀ ଖାଁ, ଦିଲ୍ଲୀପ କୁମାର ସାହୁ, ଗୋପାଳ ବେହେରା, ଅବଦୁଲ ଅବିଦ୍ ଖାଁ ପ୍ରମୁଖଙ୍କୁ ମନୋନୀତ କରାଯାଇଥିବା ବେଳେ ଅଭିଜ୍ଞ ଠିକାଦାର ଗୋପାଳ କୃଷ୍ଣ ଫତେସିଂହ, ବିଶ୍ବରଂଜନ ବିଶ୍ଵାଳ, ବାନାମ୍ବର ଧଳ ଓ ଅଜିତ୍ ପାହାଡ଼ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ବୈଠକ ରେ କମିଟି ସଭ୍ୟ ମାନଙ୍କ ବ୍ୟତୀତ ବହୁ ବରିଷ୍ଠ ଠିକାଦାରଙ୍କ ସହ ଶତାଧିକ  ଠିକାଦାର ଯୋଗଦେଇ ସଂଗଠନ କୁ ସୁଦୃଢ କରିବା ପାଇଁ ପ୍ରତିଜ୍ଞ। କରିଥିଲେ ।

Recent Comments

Leave Comments

Top