logo
add image
ଗନ୍ଧମାଳି ସମାଜର କମିଟିଗଠନ

ଗନ୍ଧମାଳି ସମାଜର କମିଟିଗଠନ

ବଲାଙ୍ଗିର/୨୧/୧୨/୨୦୨୫/(ଆଧାର ମିଡ଼ିଆ)-ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବ ମନ୍ଦିର ପରିସରରେ ବଲାଙ୍ଗୀର ଜିଲ୍ଲା ଗନ୍ଧମାଳି ସମାଜର ଜିଲ୍ଲା ସଂଘ କାର୍ଯ୍ୟକାରୀ କମିଟି ପୁନଃ ଗଠନ କରାଯାଇଛି। ଏହି ପୁନଃ ଗଠନ ସଭାରେ ନୀଳକଣ୍ଠ ଥନାପତି ସଭାପତିତ୍ବ କରିଥିବା ବେଳେ ଅତିଥି ଭାବେ ବୌଦ୍ଧ ଜିଲ୍ଲା ସଂଘସଭପତି ନାରାୟଣ ଦେହୁରୀ, କେନ୍ଦ୍ରୀୟ କମିଟି ସହ ସମ୍ପାଦକ ପଙ୍କଜ ଦେହୁରୀ, କଳାହାଣ୍ଡି ଜିଲ୍ଳା ସଭାପତି ନେତ୍ରାନନ୍ଦ ବଡମାଲି,କଳାହାଣ୍ଡି ଜିଲ୍ଳା ଉପ ସଭାପତି ଧୁବା ଥନାପତି,ବଲାଙ୍ଗୀର ଜିଲ୍ଲା ପରାମର୍ଶଦାତା ଅଶୋକ ଥନାପତି,ଜିଲ୍ଲା ଆଇନ୍ ପରାମର୍ଶ ଦାତା ରାମାନନ୍ଦ ଥନାପତି,ତଥା ବଲାଙ୍ଗୀର ଜିଲ୍ଲା ବରିଷ୍ଠ ସଦସ୍ୟ ଅକୁର ଥନାପତି ମଞ୍ଚାଶୀନ ଥିଲେ।  ଅରୁଣ ଥନାପତି ଓ ବିନାୟକ ଥନାପତି ମଞ୍ଚ ପରିଚାଳନା କରିଥିବା ବେଳେ,ପୁନଃଗଠିତ କାର୍ଯ୍ୟକାରୀ କମିଟି କାର୍ଯ୍ୟକର୍ତ୍ତା ମାନଙ୍କୁ ନେତ୍ରାନନ୍ଦ ବଡମାଲି ଶପଥପାଠ କରାଇଥିଲେ। ପୁନଃଗଠନ ସଭାରେ ବଲାଙ୍ଗିର ଜିଲ୍ଲା ସମସ୍ତ ଜାତିଭାଇ ମାନେ କାର୍ଯ୍ୟ ନିର୍ବାହ କରୁଥିବା କାର୍ଯ୍ୟକର୍ତ୍ତା ମାନେ ହିଁ ପୁନର୍ବାର କାର୍ଯ୍ୟତୁଲାଇବେ ବୋଲି ଦାବି ରଖିଥିବାରୁ ସେହି କାର୍ଯ୍ୟକର୍ତ୍ତା ମାନେ ପୁଣି ନିଜ ନିଜ ଦାୟିତ୍ବ ନେଇ କାର୍ଯ୍ୟ କରିବାପାଇଁ ନିଷ୍ପତ୍ତି ନିଆଯାଇଛି।
ସର୍ଵ ସମ୍ମତିକ୍ରମେ ସଭାପତି ଭାବେ ଜଗଦିଶ ଥନାପତି,ଉପ ସଭାପତି ନରସିଂହ ଥନାପତି, ସା. ସମ୍ପାଦକ  ଅରୁଣ ଥନାପତି, ସହ ସମ୍ପାଦକ କେଦରନାଥ ଥନାପତି ଓ କୋଷାଧ୍ୟକ୍ଷ  ଘନଶ୍ୟାମ ଥନାପତିଙ୍କୁ ଦାୟିତ୍ଵ ଦିଆଯାଇଛି। ଅତିଥିଗଣ ଓ କାର୍ଯ୍ୟକର୍ତ୍ତା ମାନେ ତାଙ୍କର ଅଭିଭାଷଣରେ ସଂଘର ଲକ୍ଷ୍ୟ ଦିଗରେ କେତେଦୂର ଅଗ୍ରଗତି କରିଛି ତାହା ଜାତିଭାଇ ମାନଙ୍କୁ ଅବଗତ କରିବା ସହ ନିକଟ ଭବିଷ୍ୟତରେ ବିଭିନ୍ନ ପଦକ୍ଷେପ ନେବାକୁ ଥିବା ପ୍ରସଂଗରେ ଆଲୋକପାତ କରିଥିଲେ। ସାମାଜିକ ଶୃଙ୍ଖଳା ଦିଗରେ ବିଭିନ୍ନ ସମସ୍ୟାକୁ ଭିତ୍ତି କରି ସମାଧାନ ପାଇଁ ସାମାଜିକ ସହଯୋଗ କାମନା କରିଥିଲେ। ସଭା ଶେଷରେ ବିନାୟକ ଥନାପତି ଧନ୍ୟବାଦ ଅର୍ପଣ କରିଥିବାବେଳେ ସଭାପତି ସଭାସାଙ୍ଗ କରିଥିଲେ । ଉକ୍ତ ସଭାରେ ବଲାଙ୍ଗୀର ଜିଲ୍ଲାର ଜାତିଭାଇ ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ ।

Recent Comments

Leave Comments

Top