logo
add image
 ବିଦ୍ୟୁତ ତାରଲାଗି ଡ୍ରାଇଭର ମୣତ।

ବିଦ୍ୟୁତ ତାରଲାଗି ଡ୍ରାଇଭର ମୣତ।

ଵିଷମକଟକ/୨୩/୧୨/୦୨୫/(ଆଧାର ମିଡ଼ିଆ-କାଷିନାଥ ପାଳ)-ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ସଦର ମହକୁମାରେ ଆଜି ବିଦ୍ୟୁତ୍ ତାର ଆଘାତରେ ଜଣେ ଟିପର ଡ଼୍ରାଇଭର ଘଟଣା ସ୍ଥଳରେ ମୃତ୍ୟୁ ବରଣକିରିଛି। ଏଭଳି ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି। ପୋଲିସ ଖବରପାଇ ଶବ ଜବତକରିଛି। ପରିବାର ଲୋକ ବିଳମ୍ବରେ ଆସିପହଞ୍ଚି ଥିଲେ ମଧ୍ୟ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯାଇ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ପୋଲିସ ଅପମୃତ୍ୟୁ କେସକରି ତଦନ୍ତ ଜାରିରଖିଛି। ସୂଚନା ଯୋଗ୍ୟ ଆଜି ବନ୍ଦିରିରୁ ଚନ୍ଦ୍ରପୁର ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପିଚୁରାସ୍ତା କାର୍ଯ ଚାଲୁଥିଲା. ମୃତ ପ୍ରଶାନ୍ତଜେନା ଟିପର ଡ଼୍ରାଇଭର ଥିବାରୁ ପିଚୁ,ଓ metal ଆଣିଥିଲା, ଏସବୁ ଅଲୋଡ କରି ଟିପରକୁ ଧୋଉଥିଲେ। କୌଣସି ପ୍ରକାର ଟିପର ଉପରକୁ ଉଠିଲା ସମୟରେ କରେଣ୍ଟ ତାରରେ ଲାଗି ଚାର୍ଜହୋଇ କରେଣ୍ଟ ଲାଗି ଡ଼୍ରାଇଭର ପ୍ରଶାନ୍ତର ମୃତ୍ୟୁ ହୋଇଥିଲା। ମୃତ ପ୍ରଶାନ୍ତର ଘର ଗୁଣୁପୁର ଜଳତାର.ସେ ଗୁଣୁପୁରରେ ରହି ଟିପର ଡ଼୍ରାଇଭର ଥିଲା। ସେହିପରି ହନୁମନ୍ତପୁରୁ ବ୍ୟାଙ୍କର ଜଣେ ଆଦିବାସୀ କର୍ମଚାରୀ କନେଡି ଗ୍ରାମର ରୂପା ମାଝୀଙ୍କ ପୁଅ ଅଜିତକୁମାର ବିଅସ୍କ ଆଜି ସକାଳେ ବିଦ୍ୟୁତ୍ ଆଘାତରେ ବିଷମ କଟକ ହସ୍ପିଟାଲରେ ଚିକିତ୍ସାପାଇଁ ଯାଇ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।ମୃତ ଅଜିତ ହନୁମନ୍ତପୁରୁ ବ୍ୟାଙ୍କରେ ଚାକିରି କରିଥିଲେ।ତାଙ୍କର ଶବବ୍ୟବଚ୍ଛେଦ ବିଷମ କଟକରେ କରାଯାଇଥିବା ସୂଚନା ମିଳିଛି।

Recent Comments

Leave Comments

Top