logo
add image
ତାଳଚେର କଣିହାଁ ବିକାଶମଞ୍ଚର ଆନ୍ଦୋଳନ-ପ୍ରତିଶୃତିପାଇ ଆନ୍ଦୋଳନ ପ୍ରତେୟାହୃତ

ତାଳଚେର କଣିହାଁ ବିକାଶମଞ୍ଚର ଆନ୍ଦୋଳନ-ପ୍ରତିଶୃତିପାଇ ଆନ୍ଦୋଳନ ପ୍ରତେୟାହୃତ

କଣିହାଁ/୨୩/୧୨/୨0୨୫/(ଆଧାର ମିଡ଼ିଆ-ରିପୋର୍ଟ ଟୁନା ସାହୁ)-ତାଳଚେର କଣିହାଁ ବିକାଶ ମଞ୍ଚପକ୍ଷରୁ ଦୁଇଦଫା ଦାବିରେ ଏନଟିପିସି ଆମ୍ବାପାଳ ଲେଭେଲ କ୍ରସିଂଠାରେ ଗଣ ଧାରଣା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସକାଳ ୮ଘଟିକା ସମୟରେ ବିକାଶମଞ୍ଚ ସଭାପତି ଡଃ ଦେବେନ୍ଦ୍ର କୁମାର ସିଂହଙ୍କ ନେତୃତ୍ବରେ କଣିହାଁ ଅଞ୍ଚଳର ଶତାଧିକ ପୁରୁଷ ମହିଳା ଆମ୍ବପାଳ ଛକଠାରେ ଧାରଣାରେ ବସିଥିଲେ, ଆନ୍ଦୋଳନର ଦାବୀ ମଧ୍ୟରେ କଣିହାଁ ଠାରୁ ଗୋଡିବନ୍ଧ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ  କରିବା,ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ପର୍ଯ୍ୟାପ୍ତ ମାତ୍ରରେ ବୃକ୍ଷରୋପଣ କରିବା,ରାସ୍ତାକୁ ଆଲୋକିକରଣ କରିବା ,ଏନଟିପିସି  ଓଭରବ୍ରିଜ ଠାରୁ ବିଜିଗୋଳ ବାରଡାଙ୍ଗୁଆ ଗ୍ରାମ ଦେଇ ସମଲକୁ ସଂଯୋଗ କରୁଥିବା  ପୁରୁଣା ବଲାଙ୍ଗି ରାସ୍ତାରେ ନୂତନ ବ୍ରିଜ ତିଆରି କରାଯାଇ ସମସ୍ତ ରାସ୍ତାସହ ସଂଯୋଗ କରାଯିବା ଇତ୍ୟାଦି ଅନ୍ତର୍ଭୂକ୍ତ। ପରେ ଧାରଣା ସ୍ଥଳରେ କଣିହାଁ ଭାରପ୍ରାପ୍ତ ତହସିଲଦାର ଆଇଏଏସ କସ୍ତୁରୀ ଶା,ତହସିଲଦାର ଚିନ୍ମୟଦାସ ପହଞ୍ଚି ଧାରଣା ସ୍ଥଳରୁ ତାଙ୍କର ଦାବୀ ପତ୍ର ଗ୍ରହଣ କରିବା ସହ ସମସ୍ୟା ସମାଧାନ କରାଯିବା ପାଇଁ ପ୍ରତିଶୃତି ଦେବା ପରେ ଅପରାହ୍ନ ପ୍ରାୟ ୧ଘଟିକା ସମୟରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଉକ୍ତ ଆନ୍ଦୋଳନରେ ବିକାଶ ମଞ୍ଚର ଉପଦେଷ୍ଠା ମନୋଜ ଶତପଥି,ବରିଷ୍ଠ ସଦସ୍ୟ ହରମୋହନ ସାହୁ,  ଉପସଭାପତି ସ୍ମୁତି ରଞ୍ଜନ ପାଣି, ସଂପାଦିକା ସବିତା ରାଣୀ ସାହୁ, କଳାକର ବେହେରା, ରାଜ କିଶୋର ସାହୁ, ପ୍ରମୁଖ ସାମିଲ ହୋଇ ସଫଳ କରାଇଥିଲେ ।

Recent Comments

Leave Comments

Top