logo
add image
ସାମ୍ବାଦିକ ସଂଘ ରାଜସୁନାଖଳାର ନୂତନ କର୍ମକର୍ତ୍ତା ଚୟନ

ସାମ୍ବାଦିକ ସଂଘ ରାଜସୁନାଖଳାର ନୂତନ କର୍ମକର୍ତ୍ତା ଚୟନ

ନୟାଗଡ଼/୨୪/୧୨/୨୦୨୫/(ଆଧାର ମିଡ଼ିଆ)-ସାମ୍ବାଦିକ ସଂଘ ରାଜସୁନାଖଳାର ସାଧାରଣ ସଭା ବୈଠକ ଓ ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ରଙ୍କ ସଭାପତିତ୍ବରେ ବୁଧବାର ଦିନ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଅନନ୍ତ ଗୁମ୍ଫା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସଂଘର ଏକତା ମନୋଭାବ ଓ ନିରପେକ୍ଷତା ସାମ୍ବାଦିକତା ଉପରେ ଗୁରୁତ୍ବ ଆରୋପ କରାଯାଇ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସର୍ବ ସଂମତି କ୍ରମେ କର୍ମକର୍ତା ଚୟନ କରାଯାଇ ଥିଲା । ଏହି ବୈଠକରେ ସଂଘର ଉପଦେଷ୍ଟା ଭାବେ ପ୍ରସନ୍ନ କୁମାର ସ୍ୱାଇଁ ,ନିରଂଜନ ସେଠୀ ଓ ଶ୍ରୀ ମହାପାତ୍ରଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ସାମ୍ବାଦିକ ସଂଘ ରାଜସୁନାଖଳାର ସଭାପତି ଭାବେ ଜିତେନ୍ଦ୍ର କୁମାର ସାହୁ, ଉପସଭାପତି ଅଶୋକ କୁମାର ପ୍ରଧାନ,ସମ୍ପାଦକ ସୁଶାନ୍ତ କୁମାର ନାୟକ, ସହସମ୍ପାଦକ ମାନସ କୁମାର ସାହୁ,କୋଷାଧକ୍ଷ ରଞ୍ଜିତ କୁମାର ସାହୁ ମନୋନୀତ କରାଯାଇଥିଲା ।କମିଟି ପରିଚାଳନା ସଦସ୍ୟ ଭାବେ ରକେଶଚନ୍ଦ୍ର ପାଢି, ନିରଞ୍ଜନ ମହାପାତ୍ର, ଯାଦୁନାଥ ସାମନ୍ତରାୟ, ଶ୍ରୀନିବାସ ବେହେରା, ସୁଶାନ୍ତ କୁମାର ପ୍ରଧାନ ଓ ରତିକାନ୍ତ ସାମନ୍ତରାୟ ପ୍ରମୁଖ ସାମ୍ବାଦିକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଆଗାମୀ ଦିନରେ ସାମ୍ବାଦିକଙ୍କ ସ୍ୱାର୍ଥ, ସୁରକ୍ଷା ଦୃଷ୍ଟି କୋଣରୁ କାର୍ଯ୍ୟକ୍ରମ କରିବାକୁ ନୂତନ ସଭାପତି ଶ୍ରୀ ସାହୁ ମତ ଦେଇଥିଲେ । ରାଜସୁନାଖଳା ଅଞ୍ଚଳର ଉର୍ନତି, ସ୍ୱାଭିମାନ ତଥା ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାପାଇଁ ସମ୍ପାଦକ ଶ୍ରୀ ନାୟକ ନିଜ ବକ୍ତବ୍ୟରେ କହିଥିଲେ । ଉପଦେଷ୍ଟା ଶ୍ରୀ ସ୍ୱାଇଁ ସାମ୍ବାଦିକଙ୍କ ସାମଗ୍ରିକ ବିକାଶର ଉଦ୍ୟମ କରିବା ପାଇଁ ସାମୁହିକ ପ୍ରୟାସ କରାଯିବ ବୋଲି ମତପ୍ରକାଶ କରିଥିଲେ। ପ୍ରତିକୂଳ ପରିସ୍ଥିତିରେ ଏକାଠି ହୋଇ ସମସ୍ତ ସମସ୍ୟାକୁ ପ୍ରତିହତ କରିବାପାଇଁ କୋଷାଧକ୍ଷ ଶ୍ରୀ ସାହୁ ସୂଚନା ଦେଇଥିଲେ । ସାମ୍ବାଦିକଙ୍କ ନାମରେ ଅନ୍ୟ ଅଞ୍ଚଳର ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ରୋକିବାପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ସଦସ୍ୟ ମତ ରଖିଥିଲେ । ଆଗାମୀ ଦିନରେ ରାଜସୁନାଖଳା ଗ୍ରାମବାସୀମାନଙ୍କ ସ୍ୱର ହୋଇ ସଙ୍ଘ ଉଦ୍ୟମ କରିବ ପାଇଁ ନିଷ୍ପତି ହୋଇଥିଲା । ପରିଶେଷରେ ସଙ୍ଘର ସଦସ୍ୟ ଯଦୁନାଥ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Recent Comments

Leave Comments

Top