ପିପିଲି/୨୭/୧୨/୨୦୨୫/(ଆଧାର ମିଡ଼ିଆ)-ଶୁକ୍ରବାର ଦିନ ନୂଆହାଟ ଛକଠାରେ ଭୋର ସମୟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରଥପୁରୁଷୋତ୍ତମପୁର ପଞ୍ଚାୟତ ବାଲିଗାଁ ଗ୍ରାମର ପ୍ରଭାକର ବେହେରା ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ ଦୁଇ ଶିଶୁପୁତ୍ର ଗୁରୁତର ଆହତ ହୋଇଥିଲେ. ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଖବରପାଇ ଦୁଃଖ ପ୍ରକାଶ କରିଥିଲେ.ପରେ ପ୍ରଶାସନ ତରଫରୁ ରେଡକ୍ରସ ପାଣ୍ଠିରୁ 20 ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିବା ପରେ ଶନିବାର ଦିନ ସକାଳ ସମୟରେ ସ୍ଥାନୀୟ ସରପଞ୍ଚ ସୁବାଷ ଚନ୍ଦ୍ର ପୋଲାଈଙ୍କ ସହାୟତରେ ଦୃଘଟଣା ଗ୍ରସ୍ତ ପରିବାରକୁ ସାକ୍ଷାତ କରିଛନ୍ତି. ଦୁର୍ଘଟଣରେ ମୃତ୍ୟୁ ବରଣ କରିଥିବା ପ୍ରଭାକରଙ୍କ ଦୁଇ ଶିଶୁପୁତ୍ର କିଭଳି ପାଠ ଅଧ୍ୟୟନ କରି ଭଲମଣିଷ ହେବେ ସେନେଇ ବିଧାୟକ ପୁରୀଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରି ସାହାଯ୍ୟ କରିବା ପାଇଁ ନିର୍ଦେଶ ଦେଇଛନ୍ତି. ସେହିଭଳି ମୃତ ପ୍ରଭାକରଙ୍କ ସ୍ତ୍ରୀଙ୍କ ପାଇଁ ଭତ୍ତା ଯୋଗାଇ ଦେବାକୁ ସ୍ଥାନୀୟ ସରପଞ୍ଚ ଶ୍ରୀ ପୋଲାଈଙ୍କୁ ଦାୟିତ୍ୱ ଦେଇଛନ୍ତି.ବିଧାୟଙ୍କ ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟପାଇଁ ପଞ୍ଚାୟତ ବାସି ସାଧୁବାଦ ଜଣାଇଛନ୍ତି.
Recent Comments