logo
add image
ରାଜବୋଡା ସମ୍ବର ହାଇସ୍କୁଲ ଛାତ୍ରଙ୍କ ବନ୍ଧୁମିଳନ-୨୦୨୫

ରାଜବୋଡା ସମ୍ବର ହାଇସ୍କୁଲ ଛାତ୍ରଙ୍କ ବନ୍ଧୁମିଳନ-୨୦୨୫

ପଦ୍ମପୁର/୨୮/୧୨/୨୦୨୫/(ଆଧାର ମିଡ଼ିଆ/ଡିଲେଶ୍ୱର ବାଗ): ରବିବାର ଦିନ ପଦ୍ମପୁର ସ୍ଥିତ ଦେବଦରହା ଠାରେ ରାଜବୋଡା ସମ୍ବର ହାଇସ୍କୁଲର ୧୯୮୯ ବର୍ଷ ମେଟ୍ରିକ ଛାତ୍ର ମାନଙ୍କର ବନ୍ଧୁମିଳନ ଆୟୋଜନ କରାଯାଇଥିଲା । ଆୟୋଜନର ଆବାହକ ଶ୍ରୀ ପ୍ରତାପ ନାଥ ଶ୍ରୀ ଦିନେଶ ପାଣିଗ୍ରାହୀ,ଶ୍ରୀ ଗୋବିନ୍ଦ ପଟେଲ,ସହଦେଵ ମେହେର,ସମସ୍ତ ବନ୍ଧୁ ମାନଙ୍କୁ ଯୋଗାଯୋଗ କରି ଏକତ୍ରିତ କରିଥିଲେ ।ହାଇଦ୍ରାବାଦ,ବେଙ୍ଗଲୋର,ମୁମ୍ବାଇ,ଦିଲ୍ଲୀ, ଭୁବନେଶ୍ୱର,ଗୁଣପୁର,କଟକ ଆତାବିରା,ସମ୍ବଲପୁର ବରଗଡ ,ପଦ୍ମପୁର ଓ ପଦ୍ମପୁର ଆଖ ପାଖର ପ୍ରାୟ ୬୦ରୁ ୬୫ଜଣ ବନ୍ଧୁଙ୍କ ସମାଗମ ହୋଇଥିଲା । ନାଚ ଗୀତ ସହିତ ଭାବ ଆଦାନ ପ୍ରଦାନରେ ସମସ୍ତେ ବହୁତ ଆନନ୍ଦ ଓ ଉପଭୋଗ କରିଥିଲେ ।ଗତବର୍ଷ ବନ୍ଧୁ ମିଳନ ସମୟରେ ୮୯ ବେଚ ବନ୍ଧୁମାନେ ଦେବଦର୍ହାର ସୋଚନୀୟ ରାସ୍ତା ନିର୍ମାଣପାଇଁ ଲୋକପ୍ରିୟ ବରଗଡ ସାଂସଦ ଶ୍ରୀମାନ ପ୍ରଦୀପ ପୁରୋହିତ ମହୋଦୟଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ,ଉକ୍ତ ଦାବିପତ୍ର ଜରିଆରେ କିଛି ଦୂରତାର ରାସ୍ତାନିର୍ମାଣ ହୋଇଥିବାରୁ ଶ୍ରୀମାନ୍ ପୁରୋହିତ ମହୋଦୟଙ୍କୁ ଧନ୍ୟବାଦ ଅର୍ପଣକରି ବାକି ରହିଯାଇଥିବା ରାସ୍ତା ନିର୍ମାଣ ପାଇଁ ପୁଣିଥରେ ସୂଚିତ କରିବାପାଇଁ ପ୍ରସ୍ଥାବ ନିଆଗଲା । ପରେ ପରେ ଆମ୍ଭ ବନ୍ଧୁ ଗହଁଣରୁ କିଛିବନ୍ଧୁ ଯୋଗେନ୍ଦ୍ର ସାହୁ,ରାଜେଶ ବାରିକ,ଲକ୍ଷ୍ମୀଧର ସାହୁ,ଆଶିଷ ପାଲ,ଚିନ୍ତାମଣି ବାଗ ଓ ଅନିତା ବାବୁ (ଜଗବନ୍ଧୁ ବାବୁଙ୍କ ପତ୍ନୀଙ୍କ ସ୍ୱର୍ଗବାସ ହୋଇଥିବାରୁ ତାଙ୍କ ଉଦ୍ଦେଶ୍ୱରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ସମସ୍ତ ବନ୍ଧୁ ନିଜର ବହୁମୂଲ୍ୟ ସମୟ ଦେଇ ସମସ୍ତ ବନ୍ଧୁଙ୍କ ସହିତ ଭାବବିନିମୟ ଦେଇଥିବାରୁ ପ୍ରତାପ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

Recent Comments

Leave Comments

Top