logo
add image
୧୯୮୫ମସିହା ମାଟ୍ରିକବ୍ୟାଚର ୩୬ତମ ଶାଶ୍ଵତ ବନ୍ଧୁମିଳନଉତ୍ସବ.

୧୯୮୫ମସିହା ମାଟ୍ରିକବ୍ୟାଚର ୩୬ତମ ଶାଶ୍ଵତ ବନ୍ଧୁମିଳନଉତ୍ସବ.

ବୋଲଗଡ/ଖୋର୍ଦ୍ଧା/(ଆଧାର ମିଡ଼ିଆ-ପ୍ରସନ୍ନ କୁମାର ସ୍ବାଇଁ)-ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଶିକ୍ଷାବ୍ଲକ ଅନ୍ତର୍ଗତ ବହୁ ପୁରାତନ ବାମନ ଉଚ୍ଚବିଦ୍ୟାଳୟର ୧୯୮୫ମସିହା ମାଟ୍ରିକବ୍ୟାଚର ୩୬ତମ ଲଗାତାର ଶାଶ୍ଵତ ବନ୍ଧୁମିଳନ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି l ଏହି ବନ୍ଧୁମିଳନ ଉତ୍ସବ ଦୀର୍ଘ ୩୬ବର୍ଷ ଧରି ବନ୍ଧୁମାନଙ୍କ ନିଷ୍ଠାପର ଭାବରେ ଭେଦ ଭାବ ନରଖି ପ୍ରତିବର୍ଷ ଭଳି ପୂର୍ବରୁ ସ୍ଥିର ହୋଇଥିବା ଜାନୁୟାରୀ ମାସର ପ୍ରଥମ ରବିବାର ଦିନ ଏହି ବନ୍ଧୁମହୋତ୍ସବ୍ ପାଳନ କରାଯାଏ ।ଚଳିତ ୨୦୨୬ବର୍ଷର ବୋଲଗଡ଼ସ୍ଥିତ ମା'ଭୂଇଁଆଣୀଙ୍କ ଶକ୍ତିପୀଠ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି l ଏହି ପୁରାତନ ଛାତ୍ର ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରମାନଙ୍କ ସମେତ ପରିବାର ବର୍ଗ ଯୋଗଦେଇଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ବନ୍ଧୁ ଓ ବନ୍ଧୁ ପରିବାରଙ୍କ ମଧ୍ୟରେ ଇଂରାଜୀ ନୂତନବର୍ଷର ଶୁଭେଚ୍ଛା ଆଦାନପ୍ରଦାନ କରିବା ସହିତ ପୁରାତନ ସ୍ବର୍ଗତ ଛାତ୍ର ଓ ଶିକ୍ଷକଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।
ସମସ୍ତ ପୁରାତନ ଛାତ୍ରମାନେ ଅତୀତର ଅଭୁଲା ସ୍ମୃତିକୁ ମନେପକାଇ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିବା ସଙ୍ଗେ ସଙ୍ଗେ ମନ ଆନନ୍ଦରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜକୁ ହଜାଇ ଦେଇଥିଲେ l ଏହାକୁ ପ୍ରତି ବର୍ଷ ମାନଙ୍କରେ ପୁରାତନ ଛାତ୍ର ପରିବାର ମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ନିଆଗଲା ।
ଏହି କାର୍ଯ୍ୟକ୍ରମରେ ସମସ୍ତ ବନ୍ଧୁ ପରିବାର ମିଳିମିଶି ମାଗଣା ସ୍ୱାସ୍ଥ୍ୟପରୀକ୍ଷା କରାଯିବା ସହିତ ସଫେଇ,ବୃକ୍ଷରୋପଣ ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କ୍ଷେତ୍ରରେ ସାମାଜିକ କାର୍ଯ୍ୟକର୍ମରେ ନିଜକୁ ନିୟୋଜିତ କରିବା ଉଦ୍ଦେଶ୍ୟରେ ଶପଥ ପାଠ କରାଇଥିଲେ। ବନ୍ଧୁମାନଙ୍କ ମଧ୍ୟରେ ରାମଚନ୍ଦ୍ର ସାହୁ,ପାର୍ଥ ସାରଥି ପଟ୍ଟନାୟକ,ବୈଦନଥ ଷଡ଼ଙ୍ଗୀ,ବିଷ୍ଣୁ ପ୍ରସାଦ ମିଶ୍ର ,ହରେକୃଷ୍ଣ ପରମଗୁରୁ,ରତ୍ନାକର ସାହୁ,ଲଲାଟେନ୍ଦୁ ପଟ୍ଟନାୟକ,ଘନଶ୍ୟାମ ମହାପତ୍ର,କାଶୀନାଥ ରାଉତରାୟ,ରବୀନ୍ଦ୍ର କୁମାର ସାହୁ,କିଶୋର ଚନ୍ଦ୍ର ସାହୁ,ସୁବାସ ଚନ୍ଦ୍ର ସାହୁ,ବନ୍ଧୁପତ୍ନୀଙ୍କ ମଧ୍ୟରେ ତୁଷାରବଳା ମହାପାତ୍ର.ପ୍ରତିମା ସ୍ବାଇଁ , ପୁଷ୍ପଲତା ମହାପାତ୍ର,ସନ୍ତୋଷିନି ସାହୁ,ଶୋପ୍ନା ମିଶ୍ର,ମମତା ରାଉତରାୟ,ପ୍ରତିମା ମହାପାତ୍ର ପ୍ରମୁଖ ବନ୍ଧୁପରିବାର ମାନେ ଯୋଗଦେଇଥିଲେ । ପରିଶେଷରେ ସାଙ୍ଗ ପ୍ରସନ୍ନ କୁମାର ସ୍ବାଇଁ ଯୋଗଦେଇଥିବା ବନ୍ଧୁ ପରିବାର ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଆଗାମୀ ବନ୍ଧୁମିଳନ ଉତ୍ସବରେ ସମସ୍ତ ୧୨୦ବନ୍ଧୁ ପରିବାରଙ୍କୁ ଏହି ମହାନପର୍ବରେ ଯୋଗଦେବା ପାଇଁ ବନ୍ଧୁମାନେ ନିବେଦନ କରିଥିଲେ ।

Recent Comments

Leave Comments

Top