logo
add image
ବାଲ୍ୟବିବାହ ନିରାକରଣ ପାଇଁ ସଚେତନତା ବୈଠକ

ବାଲ୍ୟବିବାହ ନିରାକରଣ ପାଇଁ ସଚେତନତା ବୈଠକ

ଢେଙ୍କାନାଳ/୦୬/୦୧/୨୦୨୬/(ଆଧାର ମିଡ଼ିଆ):ଢେଙ୍କାନାଳ ଜିଲ୍ଲାରେ ବାଲ୍ୟବିବାହ ନିରାକରଣ ସକାଶେ ଓଡାପଡା ବ୍ଲକ ଓଡାପଡା ଗ୍ରାମରେ ବିଶ୍ଵ ଯୁବକେନ୍ଦ୍ର ପକ୍ଷରୁ ପରିଚାଳିତ ପ୍ରକଳ୍ପ ଆକସେସ ଟୁ ଜଷ୍ଟିସ ଫର ଚିଲ୍ଡରେନ୍ସ ତରଫରୁ ଏକ ସଚେତନତା ବୈଠକ ଅନଷ୍ଠିତ ହେଇଯାଇଛି I ଏଥିରେ ୫୦ରୁ ଉର୍ଦ୍ଧ ଜନସାଧାରଣ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ବାଲ୍ୟବିବାହ ନିଷେଧ ଆଇନ ୨୦୦୬ ବିଷୟରେ ଲୋକଙ୍କୁ ସଚେତନତା କରେଇବା।  ବାଲ୍ୟ ବିବାହ ଯୋଗୁଁ ଝିଅ ଉପରେ ପଡ଼ୁଥିବା ଶାରୀରିକ,ପାରିବାରିକ,ମାନସିକ ତଥା ଆର୍ଥିକ ଚାପ,ସାମାଜିକ କୁ ପରିଣାମ ପଡିଥାଏ। ବାଲ୍ୟବିବାହ କ୍ଷେତ୍ରରେ ଆୟୋଜନକାରି ତଥା ସହଯୋଗୀଙ୍କୁ ଦଣ୍ଡବିଧାନ ତଥା ନିରାକରଣ ପାଇଁ ସମୁଦୟୀକ ଭୂମିକା ଉପରେ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ଏହି ବୈଠକରେ ଶିଶୁ ଶ୍ରମିକ,ଶିଶୁ ଚାଲାଣ ଓ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଉପରେ ଆଲୋଚନା ହୋଇଥିଲା। ବୈଠକ ଗୁଡିକରେ ସ୍ଥାନୀୟ ୱାର୍ଡମେମ୍ବର,ଆଶା ଓ ଅଙ୍ଗନୱାଡ଼ି କର୍ମୀ ଯୋଗଦେଇ ଏହି ପ୍ରୟାସରେ ତାଙ୍କର ଭୂମିକା ବିଷୟରେ ଜଣାଇଥିଲେ । କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା ପ୍ରକଳ୍ପ ସହଯୋଗୀ ବିଦୁଲତା ଭଞ୍ଜ ଯୋଗଦେଇଥିଲେ।

Recent Comments

Leave Comments

Top