logo
add image
ରେଙ୍ଗାଳି ବିଜେପିମଣ୍ଡଳ ପକ୍ଷରୁ ସ୍ୱଭୀମାନଦିବସ ପାଳନ

ରେଙ୍ଗାଳି ବିଜେପିମଣ୍ଡଳ ପକ୍ଷରୁ ସ୍ୱଭୀମାନଦିବସ ପାଳନ

କଣିହାଁ/୧୨/0୧/୨0୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନାସାହୁ)-ଅନୁଗୋଳ ଜିଲ୍ଲା କଣିହାଁବ୍ଲକ ରେଙ୍ଗାଳି ମଣ୍ଡଳ ବିଜେପି ପକ୍ଷରୁ ଗୁଜରାଟର ସୋମନାଥ ମନ୍ଦିର ଆକ୍ରମଣକୁ ୧ ହଜାର ବର୍ଷ ପୂର୍ତ୍ତିରେ ମଣ୍ଡଳ ସଭାପତି ହରେକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରବିବାର ପୂର୍ବାହ୍ନ ସାଢେ ୧୧ଟା ସମୟରେ ତାଳପଦା ଶିବମନ୍ଦିର ପ୍ରାଙ୍ଗଣରେ ‘ସୋମନାଥ ସ୍ୱାଭିମାନ ସଭାପର୍ବ’ଅନୁଷ୍ଠିତ ହୋଇଯାଇଛି.ଏଠାରେ ବାବା ସୀଙ୍ଗେସ୍ୱର ଠାକୁରଙ୍କ ଠାରେ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ୱଳନ କରାଯାଇ ବୈଠକରେ ଗୁଜୁରାଟର,ବାବା ସୋମନାଥଙ୍କ ମନ୍ଦିରଉପରେ ହୋଇଥିବା ଆକ୍ରମଣ ୧ ହଜାର ୨୬ ମସିହା ଜାନୁୟାରୀ ୮,ତାରିଖରେ ବିଦେଶୀ ଶକ୍ତିର ଏକଛତ୍ର ବାଦୀ କ୍ରୁର ଶାସକ,ଗଜେନ୍ଦ୍ର ସୁଲତାନଙ୍କ ଆକ୍ରମଣକୁ ନିନ୍ଦାକରିବା ସହିତ  ପ୍ରଥମ ୧ହଜାର ବର୍ଷ ପୂର୍ତ୍ତି ଅବସରରେ ସୋମନାଥ ମନ୍ଦିରର ଐତିହ୍ୟ, ସଂଘର୍ଷ ପୂର୍ଣ୍ଣ ଓ ସ୍ୱାଭିମାନ ସମ୍ପର୍କରେ ମଣ୍ଡଳ ସଭାପତି ଶ୍ରୀ ପ୍ରଧାନ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥିଭାବେ ଅନୁଗୋଳ ଜିଲ୍ଲା ବିଜେପି କମିଟିରେ ନୂତନଭାବେ ସ୍ଥାନପାଇଥିବା ଜିଲ୍ଲା କମିଟି ଉପସଭାପତି ନୁରସିଂହ ବରାଳ,ଜିଲ୍ଲା ସମ୍ପାଦିକା ଭାବେ ବସନ୍ତମଞ୍ଜରୀ ପ୍ରଧାନ,ଏବଂ ସମ୍ପାଦକଭାବେ ପ୍ରହଲ୍ଲାଦ ସାମଲ ସମେତ ନୂତନ ସରକାରୀ ଆଇନଯିବି ଭାବେ ନିଯୁକ୍ତି ପଇଥିବା ତ୍ରିପୁରାରି ପ୍ରଧାନ ଏବଂ ଜିଲ୍ଲାର ବରିଷ୍ଠ ବିଜେପିନେତା ବିନୟପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ l  ସୋମନାଥ ମନ୍ଦିର ଭାରତୀୟ ସଂସ୍କୃତିର ଆତ୍ମା,ଓ ଆସ୍ଥା ଏବଂ ଆତ୍ମଗୌରବର ପ୍ରତୀକ ବୋଲି ଅତିଥିମାନେ ପ୍ରକାଶ କରିଥିଲେ.ଶେଷରେ ନୂତନଭାବେ,ଜିଲ୍ଲା କମିଟିରେ ସାମିଲ ହୋଇଥିଵା ସମସ୍ତ ପଦାଧିକାରୀଙ୍କୁ ରେଙ୍ଗାଳିମଣ୍ଡଳ ବିଜେପି ପକ୍ଷରୁ ଫୋଲତୁଡ଼ା ଏବଂ ଉତ୍ତରୀଦେଇ ସ୍ୱାଗତ ସମ୍ବର୍ଦ୍ଧନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସମ୍ପାଦକ କବିରାମ ନାୟକ,ତାଳପଦା ସରପଞ୍ଚ ରାଜେନ୍ଦ୍ର ବେହେରା,କାକୁଡ଼ିଆ ବିଜେପି ସଭାପତି କାଠି ସାହୁ,ଡେରଙ୍ଗ ସଭାପତି ସୁମନ୍ତ ମହାନ୍ତି,ସଭାପତି ଧନେଶ୍ୱର ପ୍ରଧାନ,ସମେତ କାର୍ଯ୍ୟକ୍ରମରେ ମଣ୍ଡଳ ତଥା ପଞ୍ଚାୟତର ସମସ୍ତ ପଦାଧିକାରୀ ଏବଂ ସମସ୍ତ ଦଳିୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ  l

Recent Comments

Leave Comments

Top