କାକଟପୁର/୧୨/୦୧/୨୦୨୬/(ଆଧାରମିଡିଆ-ତୁଷାର ଦୀକ୍ଷିତ)-ନାରୀଶିକ୍ଷା,ଅସ୍ପୃଶ୍ୟତା ଦୂରିକରଣ,ଜାତିପ୍ରଥାର ବିଲୋପ ସାଧନ,ଗ୍ରାମାଞ୍ଚଳରେ ଇଂରେଜ ସରକାର ବିରୋଧରେ ସଚେତନତା ସୃଷ୍ଟି କରାଇବାର ଅଗ୍ରଦୂତ ସ୍ବର୍ଗତ ଅର୍ଜୁନଦାଶଙ୍କ ୨୬ତମ ସ୍ମୃତି ଚାରଣ ଦିବସ କାକଟପୁର ସରକାରୀ ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ସମାଜସେବୀ କ୍ଷୀରୋଦ ମହାନ୍ତି,ବିଦ୍ୟାଳୟର ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ,କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ରହି ସ୍ବର୍ଗତ ଦାଶଙ୍କ ତତ୍ କାଳୀନ ନାରୀଶିକ୍ଷା ଉପରେ ରହିଥିବା ସାମାଜିକ କଟକଣାକୁ ଦୂରିଭୂତ କରିବାପାଇଁ କାକଟପୁର ନିକଟସ୍ଥ କନ୍ଦଳପୁର ଗ୍ରାମ ନିକଟରେ ଏକ ମଧ୍ୟଇଂରାଜୀ ବିଦ୍ୟାଳୟ ଯାହା ଆଜି ଉଚ୍ଚ ବିଦ୍ୟାଳୟରେ ପରିଣତ ହୋଇଛି।ବଲରା ଠାରେ ସେବାଶ୍ରମ ସ୍କୁଲ,ଗମ୍ଭାରୀପଦା ଠାରେ ମାଇନର ସ୍କୁଲ ଖୋଲି ଅଞ୍ଚଳର ଉନ୍ନତିପାଇଁ ଶିକ୍ଷାର ବିକାଶ କରିଥିଲେ।ସ୍କୁଲ ପରିସରରେ ଥିବା ତାଙ୍କର ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାସହିତ ତାଙ୍କର ସ୍ମୃତି ଚାରଣକରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।
Recent Comments