ବାଲିଗୁଡ଼ା/୨୪/୦୧/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଏନଏସି ଅନ୍ତର୍ଗତ ବଡଗାଁ ସ୍ଥିତ ପି ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ବାଳିକା ଦିବସ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆସ୍ତିକ ମୁଖୀଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ନିକଟରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ବାଳିକା ଦିବସ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନଦେଇ ସମଗ୍ର ଗାଁ ପରିକ୍ରମା କରିବା ସହ ବିଦ୍ୟାଳୟ ରେ ପହଞ୍ଚିବା ପରେ ଏକସଭାର ଆୟୋଜନ ହୋଇଥିଲା l ଉକ୍ତ ସଭାରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଆସ୍ତିକ ମୁଖୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ଜାତୀୟ ବାଳିକା ଦିବସର ମହତ୍ୱ ଓ ତା' ର କାର୍ଯ୍ୟକାରିତା ସମ୍ପର୍କରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ସମ୍ୟକ ସୂଚନା ପ୍ରଦାନ କରିଥିଲେ l ଶେଷରେ ଶ୍ରୀ ମୁଖି ଧନ୍ୟବାଦ ଅର୍ପଣ କରିଥିଲେ
Recent Comments