କଣିହାଁ/୨୪/0୧/୨0୨୬/(ଆଧାର ଓଡିଶା/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନା ଅଧିନସ୍ଥ ଗଦାଶିଳା ଗ୍ରାମସ୍ଥିତ ପ୍ରତାପପୁର ସାହିରେ ଏଚଏସ ଟ୍ୟୁଟୋରିୟାଲ କୋଚିଂ ସେଣ୍ଟର ପକ୍ଷରୁ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜାର୍ଚ୍ଚନା ମହାଡ଼ମ୍ବରରେ ଶୁକ୍ରବାର ଆୟୋଜିତ ହୋଇଯାଇଛି l ମାଘମାସ ଶୁକ୍ଲପକ୍ଷ ଶ୍ରୀ ପଞ୍ଚମୀ ତିଥିରେ ପୁରୋହିତଙ୍କ ଅଭିମନ୍ତ୍ରରେ ମନ୍ତ୍ରିତପୂର୍ବକ ମାଙ୍କୁ ଆବାହନ କରାଯାଇଥିଲା, ପୂଜାରେ କର୍ତ୍ତାଭାବେ ଟ୍ୟୁଟୋରିୟାଲ ଅଧକ୍ଷ ହିମାସୁ ଶେଖର ସାହୁ ଦ୍ୱାରା ବିଧିକ୍ରମେ ମା ସ୍ୱରସ୍ବତୀଙ୍କ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଘଣ୍ଟ ଶଙ୍ଖ ଧୂନିସହ ନାମ ସଂକ୍ରିତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
କୋଚିଂ ସେଣ୍ଟର ଶିକ୍ଷକ ଶିକ୍ଷୟତ୍ରୀ ଶତାଧିକ ଛାତ୍ରୀ ଛାତ୍ର ସହ ଅବିବାହକ ମାନେ ଅଂଶଗ୍ରହଣ କରି ପିଲାମାନଙ୍କ ମଙ୍ଗଳ ଉଦେଶ୍ୟରେ ବିଦ୍ୟାଦାତ୍ରୀଙ୍କୁ ପୁଷ୍ପାଞ୍ଜଳି ଅର୍ପଣ ଦେଇ ମାଙ୍କ କୃପାଲାଭ କରିଥିଲେ । ଏଥିରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଆୟୋଜିତ ପୂଜାରେ ଟ୍ୟୁଟୋରିୟାଲର ବରିଷ୍ଠ ଶିକ୍ଷକ ଅରୁଣ କୁମାର ନାୟକ, ହୀରନ୍ୟମୟୀ ସାହୁ,ବଳରାମ ସାହୁ, ସୃତି ପ୍ରିୟଦର୍ଶନୀ,ନମିତା ସାହୁ,ଲୋପାମୁଦ୍ରା କ୍ଷିତଶ,ମୌସୁମୀ ମ୍ୟାମ,ବିଜୟ ସାହୁ ସମେତ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ମାଆ ସରସ୍ବତୀଙ୍କ କୃପାଲାଭ କରିବା ସହିତ ସାହାଯ୍ୟ ସହଯୋଗ କରିଥିଲେ।
Recent Comments