logo
add image
ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣା,ବିଜେଡି  ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ନିରାଶ ହୋଇ ଫେରିଲେ   

ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣା,ବିଜେଡି  ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ନିରାଶ ହୋଇ ଫେରିଲେ   

ବୌଦ୍ଧ,୨୫/୦୧/୨୦୨୬(ଆଧାର ମିଡ଼ିଆ)ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ବନ୍ଧାପଥର ଗ୍ରାମରେ ଗତ ୧୭ ତାରିଖରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।ଏହି ଘଟଣା ଜିଲ୍ଲାରେ ଚହଳ ପକାଇଥିବା ବେଳେ ଏହି ଘଟଣା ବର୍ତ୍ତମାନ ଶାସକ ଦଳ ଓ ପୁଲିସ ପ୍ରଶାସନ ମିଳିତ ଉଦ୍ୟମରେ ଚପାଇବାକୁ ଉଦ୍ୟମ କରୁଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି।ଏନେଇ ରବିବାର ବିଜେଡି ଦଳର ରାଜ୍ୟ ସଭାପତି ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଠିଙ୍ଗ ଟିମ ବୌଦ୍ଧଜିଲ୍ଲା ଗସ୍ତ କରି ଘଟଣାର ଖୋଳତାଡ କରିଥିଲେ।ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପ୍ରଥମେ ବୌଦ୍ଧ ମେଡିକାଲକୁ ଯାଇ ପିଡିତାକୁ ଭେଟିବାକୁ ଚେଷ୍ଟା କରିଥିବା ବେଳେ ପିଡିତା ଡାକ୍ତରଖାନାରୁ ଡିସର୍ଚାଜ ହୋଇସାରିଥିଲେ।ଟିମ ନିରାଶ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଭେଟିବା ପାଇ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ସେ ନଥିଲେ ଅନ୍ୟ ଜଣେ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ ସେଠାରେ ସନ୍ତୋଷଜନକ ଉର ମିଳି ପାରିନଥିଲା।ସେଠାରୁ ଟିମ ସ୍ୱାସ୍ଥ୍ୟକେନ୍ଦ୍ରରେ ପୀଡ଼ିତ।ନଥିବାରୁ ଫେରି ଆସି ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ  ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲଙ୍କ ସହ ଆଲୋଚନା କରିବା ସହ ଏହି ଘଟଣାରେ ସମସ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ।ଆରକ୍ଷୀଅଧିକ୍ଷକ ଅଭିଯୁକ୍ତକୁ ତୁରନ୍ତ ଧରାଯିବ ବୋଲି ଟିମକୁ ଜଣାଇଥିଲେ।ଏହି ଘଟଣାରେ ୪ ଜଣ ଅଭିଯୁକ୍ତ ଥିବା ବେଳେ କାହା ଚାପରେ କାର୍ହିକି ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ନେଇ ପ୍ରଶ୍ନ କରିଥିଲେ ।ଅନ୍ୟ ଅଭିଯୁକ୍ତ ମାନଙ୍କ କାହା ଚାପରେ ବାଦ ଦିଆଗଲା ବୋଲି ସଭାନେତ୍ରୀ ଶ୍ରୀମତୀ ଛୁରିଆ ପ୍ରଶ୍ନ କରିଥିଲେ।ଏହି ଘଟଣା   ଦୀର୍ଘ ୮ଦିନ ହେବ କାହିକି ଅଭିଯୁକ୍ତକୁ ଗିରଫ କରାଯାଇନାହି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ।ପିଡିତା ଜଣକ ସଖି ସେରରେ ରହିଥିବା ଖବର ପାଇ ଟିମ ଭେଟିବାକୁ ଯାଇଥିବା ବେଳେ ପିଡିତା ଜଣକ ସେଠାରେ ଥିବା ସ୍ଵତେ ତାଙ୍କୁ ଭେଟିବାକୁ ଦେଇନଥିଲେ ।ପିଡିତାକୁ ସାକ୍ଷାତ ନହେବାରୁ ଟିମ ଘଟଣାର ସତ୍ୟତା ଉପଲବ୍ଧ କରି  ଅପରାହ୍ନରେ  ସର୍କିିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଘଟଣା ନେଇ କହିଥିବା ବେଳେ  ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ଆଇନ ଶୃଙ୍ଖଲା ସମ୍ପୂର୍ଣ ଭୁଷୁଡି ପଡିଥିବା ବେଳେ ଜିଲ୍ଲାରେ ଲୁଟ,ବଳାତ୍କାର ,ନିଶା କାରବାର ବଢି ଚାଲିଥିବା ନେଇ କହିବା ସହ ଏଥିରେ ପୁରାମାତ୍ରାରେ ଶାସକ ଦଳର ହାତ ଥିବାରୁ ପ୍ରଶାସନନ ସୁରକ୍ଷା ଦେଉଥିବା ନେଇ ଅଭିଯୋଗ କରିଥିଲେ।ସମ୍ମଳିନୀରେ ସଭାନେତ୍ରୀ ଶ୍ରୀମତି ଛୁରିଆ ବୌଦ୍ଧ ଏକ କଳା,ସଂସ୍କୃତି,ଶାନ୍ତି ପ୍ରିୟଜିଲ୍ଲା ହୋଇଥିବା ବେଳେ ଆଜି ଶାସକ ଦଳ ଯୋଗୁଁ ୍ଅଶାନ୍ତ ପାଲଟିଥିବା ଅଭିଯୋଗ କରିଥିଲେ।ଆହୁରୀ ମଧ୍ୟ ୧୭ ତାରିଖରେ ମହିଳାଙ୍କୁ  ଗଣବଳାତ୍କାର ହୋଇଥିବା ଲୋକେ କହୁଥିବା ବେଳେ କାହିିକି ପୁଲିସ  ୧୯ ତାରିଖରେ ମାମଲା ରୁଜୁ କରିଥିବା ନେଇ ପ୍ରଶ୍ନ କରିଥିଲେ ।ଏହି ଘଟଣାରେ ପୁଲିସ  ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ଅଭିଯୋଗ କରିବା ସହ ପୁଲିସ ବାରମ୍ବାର ଶାସକ ଦଳର ଇଙ୍ଗିତରେ ଏତେଲା ବଦଲାଉଥିବା ଅଭିଯୋଗ କରିଥିଲେ।ତୁରନ୍ତ ସଂପୃ୍‌କ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ନଚେତ ଆଗାମୀ ଦିନରେ ଦଳ ପକ୍ଷରୁ ବୌଦ୍ଧ ଜିଲ୍ଲା ସହ ବିଧାନ ସଭା ଘେରାଓ କରାଯିବ ବୋଲି ଚେତାବନୀ ଦେଇଥିଲେ।ଏହାସହ  ପିଡିତା ମହିଳାଙ୍କୁ ସୁରକ୍ଷା ଦିଆଯାଉ ବୋଲି ଦାବୀ କରିଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ,ବୌଦ୍ଧ ଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ପୂର୍ବତନ ବୌଦ୍ଧଗଡ ଏନଏସି ଅଧ୍ୟକ୍ଷା ଦିପ୍ତପ୍ରଭା ସ୍ୱାଇଁ,ସୋସିଆଲ ମିଡିଆସେଲର ଅଧ୍ୟକ୍ଷ ଅବକାଶ ସାହୁ ଉପସ୍ଥିତ ଥିଲେ ।

Recent Comments

Leave Comments

Top