logo
add image
ଜିଲ୍ଲାପାଳଙ୍କ ବାଲିପୁଟ ପାକ୍ସ ପରିଦର୍ଶନ

ଜିଲ୍ଲାପାଳଙ୍କ ବାଲିପୁଟ ପାକ୍ସ ପରିଦର୍ଶନ

ପୁରୀ/୩୦/୧/୨୦୨୬/(ଆଧାର ମିଡ଼ିଆ)-ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଆଜି ପୁରୀ ସଦର ବ୍ଲକର ବାଲିପୁଟ ପାକ୍ସ ପରିଦର୍ଶନ କରିଥିଲେ।ଧାନ ସଂଗ୍ରହର ବ୍ୟବସ୍ଥା ସମ୍ପର୍କରେ ପାକ୍ସ ସମ୍ପାଦକ ଓ ଅନ୍ୟ କର୍ମଚାରୀଙ୍କୁ ପଚାରି ଥିଲେ।ଉପସ୍ଥିତ ଚାଷୀମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ।ଧାନ ବିକ୍ରିର ସୁବିଧା ଅସୁବିଧା ଓ ସମସ୍ୟା ସମ୍ପର୍କରେ ଚାଷୀମାନଙ୍କୁ ପଚାରି ବୁଝିଥିଲେ।ପରେ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ଚାଷୀ ମାନଙ୍କର ଯେପରି ଧାନ ବିକ୍ରି ସମୟରେ କୌଣସି ସମସ୍ୟା ନହେବା ଓ ସରକାରୀ ନିୟମ ଅନୁଯାୟୀ ଧାନ ସଂଗ୍ରହକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ପରିଦର୍ଶନରେ ଜିଲ୍ଲାପାଳଙ୍କ ସହ ବିଡ଼ିଓ ସମ୍ବିତ କୁମାର ଶତପଥୀ,ଯୋଗାଣ ନିରୀକ୍ଷକ ସୁବାସ ଚନ୍ଦ୍ର ବିଶ୍ବାଳ,ଏରିଆ ଅଫିସର ପାର୍ଥସାରଥୀ ମଲ୍ଲିକ, ପାକ୍ସ ସମ୍ପାଦକ ସଚ୍ଚିକାନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Recent Comments

Leave Comments

Top