logo
add image
ଆମ୍ବେଦକର ସ୍ମୃତି ପରିଷଦ କାର୍ଯ୍ୟାଳୟରେ ବାର୍ଷିକ ସାଧାରଣ ସଭା

ଆମ୍ବେଦକର ସ୍ମୃତି ପରିଷଦ କାର୍ଯ୍ୟାଳୟରେ ବାର୍ଷିକ ସାଧାରଣ ସଭା

କଣିହାଁ/ଅନୁଗୋଳ/୦୧/୦୨/୨0୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନାସାହୁ)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ କଲେଜ ରୋଡ଼ଠାରେ ଅବସ୍ଥିତ ଡ଼.ବି.ଆର.ଆମ୍ବେଦକର ସ୍ମୃତି ପରିଷଦ କାର୍ଯ୍ୟାଳୟରେ ରବିବାର ଦିନ ସଂସ୍ଥାର ବାର୍ଷିକ ସାଧାରଣ ସଭା ସହ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଚନ୍ଦନ ସ୍ୱରାଜଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାବେଳେ,ସଂସ୍ଥାର ନୂତନ କର୍ମକର୍ତ୍ତାମାନଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା।ଏହାନୁସାରେ ଭାଗିରଥି ନାଏକଙ୍କୁ ସଭାପତି, କୁମୁଦ ବାନ୍ଧବ ନାଏକଙ୍କୁ ସମ୍ପାଦକ, ସ୍ୱର୍ବଣ ନାଏକଙ୍କୁ ସହ-ସମ୍ପାଦକ, ରାଜେନ୍ଦ୍ର ନାଏକଙ୍କୁ ଉପ-ସଭାପତି ଓ ବିଜୟ ନାଏକଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଛି।ଏହା ସହ ଉପଦେଷ୍ଟା କମିଟିରେ ଗଗନ ବିହାରୀ ନାଏକ, ପ୍ରଶ୍ନ ନାଏକ, ପ୍ରଶାନ୍ତ ନାଏକ, ବିପ୍ରବର ନାଏକ, ଚରଣ ନାଏକ, କ୍ଷେତ୍ରବାସୀ ଆୱାଜ ଓ ଦିବସ ବେହେ ରାଙ୍କୁ ମନୋନୀତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ସାଗର ନାଏକ, ଖଗେଶ୍ୱର ନାଏକ, ଲକ୍ଷ୍ମୀଧର ନାଏକ, ହୃଦାନନ୍ଦ ନାଏକ, ଅଲେଖ ନାଏକ ସହିତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Recent Comments

Leave Comments

Top