ବାଲିଗୁଡା/୦୧/୦୨/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀଶ୍ରୀ ମା' ପାଟଖଣ୍ଡାଙ୍କ ମନ୍ଦିରର ଭିତରେ ଓ ବାହାରେ ଥିବା ହୁଣ୍ଡିକୁ ରବିବାର ସନ୍ଧ୍ୟାରେ କମିଟିର ସଭାପତି ସନ୍ୟାସୀ ପାତ୍ର,ସମ୍ପାଦକ କେ.ସୁଶାନ୍ତ କୁମାର ପାତ୍ର ଓ କୋଷାଧ୍ୟକ୍ଷ ମହେଶ୍ୱର ଡାକୁଆଙ୍କ ସମେତ ସମସ୍ତ ସଦସ୍ୟଙ୍କ ଉପସ୍ଥିତରେ ଖୋଲା ଯାଇଥିଲା l ସେଥିରୁ ନଗଦ ୫୪ ହଜାର ୩୦୦ ଟଙ୍କା ମିଳିଥିବା ବେଳେ ୭୪୦ ମିଲି ଗ୍ରାମର ଏକ ଗହଣା ମିଳିଥିବା ବିଷୟ କମିଟି ପକ୍ଷରୁ ସୂଚନା ମିଳିଛି l ଏ ସମସ୍ତ ଟଙ୍କା ଓ ଜିନିଷ ଗୁଡିକୁ ସମସ୍ତଙ୍କ ଉପସ୍ଥିତରେ କୋଷାଧକ୍ଷ ଶ୍ରୀ ଡାକୁଆଙ୍କୁ କମିଟିର ନିଜସ୍ୱ ଲକରରେ ସୁରକ୍ଷିତ ଭାବେ ରଖିବା ପାଇଁ ଦାୟିତ୍ୱ ଦିଆଯାଇଥିଲା l ଦୀର୍ଘଦିନ ପରେ କମିଟିର ସମସ୍ତ ସଦସ୍ୟ, ଜନସାଧାରଣ ଓ ପୋଲିସ କର୍ମଚାରୀଙ୍କ ଗୋଚରରେ ଅବଗତ କରାଯାଇ ଥିବାରୁ ନୂତନ କମିଟି କର୍ତ୍ତୃପକ୍ଷଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ସାଧୁବାଦ ଜଣାଯାଇଛି l ଏ ସମ୍ପର୍କରେ ସମ୍ପାଦକ ଶ୍ରୀ ପାତ୍ର ନିଜ ବକ୍ତବ୍ୟ ରେ କହିଛନ୍ତି ଯେ, ଆମ୍ଭେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ମନ୍ଦିର ସମ୍ମୁଖରେ ପ୍ରତ୍ୟେକ ମାସର ଆୟ ବ୍ୟୟର ସବିଶେଷ ତଥ୍ୟ ସହ ଲିଖିତ ଆକାରରେ ଜନସାଧାରଣଙ୍କ ଅବଗତ ଉଦେଶ୍ୟରେ ପ୍ରକାଶିତ କରାଯାଉଛି l ଆଗାମୀ ଦିନରେ ମନ୍ଦିର ପରିଚାଳନା କାର୍ଯ୍ୟକ୍ରମକୁ ମଧ୍ୟ ତ୍ରୁଟିମୁକ୍ତ କରିବାପାଇଁ ଚେଷ୍ଟା ଜାରୀରଖିବୁ ବୋଲି ପ୍ରକାଶ କରିଥିଲେ l
Recent Comments