କଣିହାଁ/୦୬/୦୨/୨ 0୨୬//(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ଏନଟିପିସି ଟାଉନ ସିପିଠାରେ ଓଡ଼ିଶା ସରକାର ଏବଂ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବଳ ଏନଡିଆରଏଫର ତୃତୀୟ ବ୍ୟାଟାଲିୟନ୍, ମୁଣ୍ଡୁଳିଙ୍କ ସହଯୋଗରେ ଏନଟିପିସି ଟାଉନଶିପ୍ ଅଡିଟୋରିୟମ୍ଠାରେ ବିପର୍ଯ୍ୟୟ ସଚେତନତା ଓ ପ୍ରସ୍ତୁତି କାର୍ଯ୍ୟକ୍ରମ ବୁଧବାର ଆୟୋଜିତ ହୋଇଜାଇଛି। ଏହି କାର୍ଯ୍ୟକ୍ରମରେ ଏନଟିପିସି କଣିହାଁର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ କେ. ନରସିଂହା ରେଡ୍ଡି, ଅନୁଗୋଳ ଜିଲ୍ଲା କାରଖାନା ବଏଲର୍ ବିଭାଗର ଉପନିର୍ଦ୍ଦେଶକ ଡ଼ା. ରମେଶ କୁମାର ବେହେରା, ସହକାରୀ ନିର୍ଦ୍ଦେଶକ ଶ୍ରୀ ମାଧବ ଚନ୍ଦ୍ର ମଲ୍ଲିକ ଓ ଜିଲ୍ଲା ଆପତ୍କାଳୀନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଏଥିରେ ୩୦୦ରୁ ଅଧିକ ଏନଟିପିସି କର୍ମଚାରୀ, ସିଆଇଏସଏଫ୍ କର୍ମୀ, ୟୁନିଅନ୍ ସଂଘ ସଦସ୍ୟ, ବିଦ୍ୟାଳୟ ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ, ସ୍ଥାନୀୟ ଗ୍ରାମବାସୀ, ଠିକା କର୍ମଚାରୀ ଓ ଟାଉନଶିପ୍ ସୁରକ୍ଷା କର୍ମୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସହଯୋଗ କରିଥିଲେ l ଏନଡିଆରଏଫ୍ ଟିମ୍ ଦ୍ୱାରା ଭୂକମ୍ପ, ସଡ଼କ ଦୁର୍ଘଟଣା, ବନ୍ୟା ଜଳ ରେ ବୁଡିବା, ସାପ କାମୁଡ଼ା ଓ ଅନ୍ୟାନ୍ୟ ଆପତ୍କାଳୀନ ପରିସ୍ଥିତିରେ ଜୀବନ ରକ୍ଷା ପାଇଁ କରଣୀୟ ଓ ଅକରଣୀୟ ବିଷୟରେ ପ୍ରଦର୍ଶନ କରାଯାଇଥିଲା। ଏନଡିଆରଏଫ୍ ଟିମ୍ କମାଣ୍ଡର ଶ୍ରୀ ରାଜୀବ ଆଚାର୍ଯ୍ୟ ଅଂଶଗ୍ରହଣକାରୀମାନଙ୍କୁ ବିପଦ ସମୟରେ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।ଉଦଯାପନୀ କାର୍ଯ୍ୟକ୍ରମ ରେ ଶ୍ରୀ ରେଡ୍ଡି ଏନଡିଆରଏଫ୍ଙ୍କୁ ଧନ୍ୟବାଦ ଜଣାଇ ଏହି ପ୍ରକାର ସଚେତନତା କାର୍ଯ୍ୟକ୍ରମ ଭବିଷ୍ୟତରେ ବିପର୍ଯ୍ୟୟ ମୁକାବିଲା ପାଇଁ ଅତ୍ୟନ୍ତ ଉପକାରୀ ବୋଲି କହିଥିଲେ।
Recent Comments