କାକଟପୁର/୯/୨/୨୦୨୬/(ଆଧାର ମିଡ଼ିଆ-ତୁଷାର ଦୀକ୍ଷିତ)-ସୋମବାର କାକଟପୁର ବ୍ଲକ ସମ୍ମିଳନୀ କକ୍ଷରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ସଂଜୀବ କୁମାର ସାହୁ,ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ,କାକଟପୁର ବ୍ଲକ ଯୋଗାଣ ଅଧିକାରୀ ଶକୁନ୍ତଳା ନାୟକ,ପ୍ରମୁଖ ଯୋଗଦେଇ ନୂତନ ଭାବେ କରାଯାଇଥିବା ଖାଉଟି କାର୍ଡକୁ ୯୩ଜଣ ହିତାଧିକାରୀଙ୍କୁ ବଣ୍ଟନ କରିଥିଲେ l ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେଥିବା ସମସ୍ତ ହିତାଧିକାରୀଙ୍କୁ ମାଗଣା ରାସନ ଯୋଗାଇଦେବା ରାଜ୍ୟ ସରକାର ଙ୍କ ଲକ୍ଷ୍ୟ ସହିତ, କେହି ଯେପରି ଏଥିରୁ ବାଦ ନପଡ଼ନ୍ତି ସରକାର ସେଥିପାଇଁ ପ୍ରତିଶୃତି ବଦ୍ଧ ବୋଲି ମନ୍ତ୍ରୀ ଶ୍ରୀପାତ୍ର ସୂଚନା ଦେଇଥିଲେ l ଅପରପକ୍ଷରେ ସ୍ଥାନୀୟ ବିଜେପି ନେତା ବାଇଧର ମଲ୍ଲିକ ଙ୍କ ଉପସ୍ଥିତି କୁ ଅଞ୍ଚଳ ର ବିଜେପି ନେତାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା l
Recent Comments