ସୁବର୍ଣ୍ଣପୁର/୯/୨/୨୬/(ଆଧାର ମିଡ଼ିଆ)-ଆଜି ସୋନପୁର ପଟାଭାଡ଼ି ସ୍ଥିତ ଫରେଷ୍ଟ ନର୍ସରୀ ସବୁଜ ପରିସର ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସପ୍ତମ ବାର୍ଷିକ ଉତ୍ସବ ସଭାପତି ଡ଼.ଜ୍ୟୋତି ରଞ୍ଜନ ବହିଦାରଙ୍କର ଅଧକ୍ଷତାରେ ପାଳିତ ହୋଇଯାଇଛି । ଉପଦେଷ୍ଟା ଶିକ୍ଷାବିତ୍ ବ୍ରଜମୋହନ ଦାନୀ,ଆଇନଜୀବୀ ବ୍ୟୋମୋକେଶ ଦାଶ, ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ପ୍ରମୁଖ ଆଲୋଚ଼ନାରେ ଅଂଶ ଗ୍ରହଣକରି ବାର୍ଷିକ ଉତ୍ସବର ବୈଶିଷ୍ଟ୍ୟତା ଆବଶ୍ୟକତା,ଉପଲବ୍ଧି ତଥା ଅଭିଜ୍ଞତା ନେଇ ଗଠନମୂଳକ ତଥା ମହତ୍ତ୍ୱପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ ।
ସମସ୍ତ ବରିଷ୍ଠ ନାଗରିକ ନିଜର ହକ୍ ପାଇଁ ଏକଜୁଟ୍ ହୋଇ ଲଢ଼େଇ କରିବା ସହିତ ନୂତନ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ସମସ୍ତଙ୍କର ସାହାଯ୍ୟ,ସହଯୋଗ କାମନା କରାଯାଇଥିଲା । ଶିକ୍ଷାବିତ୍ ପ୍ରଦୀପ ପୁରୋହିତ୍ ସଭା ସଂଯୋଜନା କରିଥିବା ବେଳେ ସ୍ୱାଗତ ସଂଗୀତରେ ସୁବର୍ଣ୍ଣପୁର ବନ୍ଦନା ଗାନ କରିଥିଲେ ଶ୍ରୀମତୀ ମଞ୍ଜୁଶ୍ରୀ ବାବୁ ଏବଂ ଧନ୍ୟବାଦ ଦେଇଥିଲେ ଶିକ୍ଷାବିତ୍ ଦେବକିଶୋର ଦାନୀ । ଦ୍ୱିତୀୟ ଅଧିବେଶନ ସାଂସ୍କୃତିକ କାର୍ଯ୍ୟକ୍ରମ ଡ଼.ସନ୍ତୋଷ କୁମାର ପାଢ଼ୀଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ହୋଇଥିବାବେଳେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ କବି ଆର୍ତ୍ତତ୍ରାଣ ବାବୁ ଓ କବି ଶ୍ରୀଧର ବାଗ । ଏହି ବାର୍ଷିକ ବନଉତ୍ସବରେ ସଂଘର ସର୍ବାଧିକ ସଭ୍ୟ ଯୋଗଦାନ ପୂର୍ବକ ସାମୁହିକ ଭୋଜନରେ ଅଂଶଗ୍ରହଣ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
Recent Comments