ଗୁଣୁପୁର/ରାୟଗଡା/୧୪/୦୨/୨୦୨୬/-ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ପାଇଁ ଦୈନିକ ସମାଜ ଖବର କାଗଜର ବରିଷ୍ଠ ସାମ୍ବାଦିକ ପି ନାଗଭୂଷଣ ରାଓଙ୍କ ମା ପି ସୁକୁମାରୀଙ୍କ ଆଜିଭୋର ସମୟରେ ୭୬ବର୍ଷ ବୟସରେ ପରଲୋକ ଘଟିଛି । ସେଜଣେ ମିଷ୍ଟଭାଷୀ,ମେଳାପୀ ଓ ଧର୍ମ ପରାୟଣ ମହିଳା ଥିଲେ। ଦାନ ଧର୍ମ ଓ ପରୋପକାରୀ ଦରଦୀ ମହିଳା ଭାବେ ସେ ସ୍ଥାନୀୟ ଅଞ୍ଚଳରେ ସୁପରିଚିତ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ତିନିପୁଅ ପି ଧର୍ମା, ପି ଯୋଗେଶ୍ୱର ଓ ପି ନାଗଭୂଷଣ ଉପସ୍ଥିତ ଥିଲାବେଳେ ସାନପୁଅ ନାଗୁ ମୁଖାଗ୍ନି ଦେଇଥିଲେ।
ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ମୃତ୍ୟୁରେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ,ବିଜେଡି ନେତା ସୁଧୀର ଦାଶ,ରଘୁନାଥ ଗମାଙ୍ଗ,ବିଷ୍ଣୁ ପ୍ରସାଦ ପଣ୍ଡା, ରାମ ପଣ୍ଡା, ମୁନାପାଣି ବିଜେପି ରାଜ୍ୟ ଉପ ସଭାପତି କେ ନାରାୟଣ ରାଓ, ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼,ବିଭିନ୍ନ ସାମ୍ବାଦିକ ସଙ୍ଘ ର ପ୍ରତିନିଧି, ଗୁଣୁପୁରର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ଶିକ୍ଷକ ସଂଗଠନ, ଓକିଲ ସଂଗଠନ, ବୁଦ୍ଧିଜୀବୀ, ସମାଜସେବୀ, ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା, ରାଧାକୃଷ୍ଣ ପଟ୍ଟନାୟକ, ଦେବୀପ୍ରସାଦ ମିଶ୍ର, କେ ସୋମେଶ୍ୱର ରାଓ, ରଞ୍ଜିତ ପାଢ଼ୀ, ବିଜୟ ସୁନାମୁଦୀ, ରବୀନ୍ଦ୍ର ମହାପାତ୍ର, ଜନାର୍ଦ୍ଦନ ମହାପାତ୍ର, ନରସିଂହନାଥ ମହାନ୍ତି ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି
Recent Comments