ଖୋର୍ଦ୍ଧା/୧୫/୦୨/୨୦୨୬/(ଆଧାର ମିଡ଼ିଆ)-ଶନିବାର ଦିନ ବୋଲଗଡ ମଣ୍ଡଳ ଅନ୍ତର୍ଗତ ମୁଗମଣ୍ଡା ଗ୍ରାମର ଫକିର ମୋହନ ବେହେରା ସ୍ମୃତିସଂସଦ ଆନୁକୂଲ୍ୟରେ ସଂସଦର ସମ୍ପାଦକ ପ୍ରତାପ କୁମାର ମହାପାତ୍ରଙ୍କ ଆବାହକତ୍ୱରେ ସାରସ୍ୱତ ସାଧକ ବଳରାମ ରଣସିଂହଙ୍କ ପୌରୋହିତ୍ୟରେ ସ୍ବର୍ଗତ ମାଧ୍ୟମିକ ଶିକ୍ଷକ ଫକିର ମୋହନ ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସମାରୋହ ସ୍ବର୍ଗତ ବେହେରାଙ୍କ ବାସଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବୋଲଗଡ଼ ଗୋଷ୍ଠୀ ଶିକ୍ଷାଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ,ସମ୍ମାନିତ ଅତିଥି ଭାବେ ଗୋପାଳପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ବାରିକ, ପ୍ରାକ୍ତନ ଜିଲ୍ଲା ଶିକ୍ଷା ନିରୀକ୍ଷକ ରଘୁନାଥ ଦଳବେହେରା,ବେଗୁନିଆ ଓଷ୍ଟା ସଭାପତି ଗଣେଶ୍ୱର ମିଶ୍ର ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ପ୍ରବଚକ ପ୍ରଫୁଲ୍ଲ କୁମାର ଦାସ,ଆଧ୍ୟାତ୍ମିକ ବାଦୀ ଦୀନବନ୍ଧୁ ଦାସ,ପ୍ରାକ୍ତନ ପ୍ରଧାନ,ଶିକ୍ଷକ କୈଳାସ ମାଣ୍ଡୋଇ ଯୋଗଦାନ କରିଥିଲେ ।
ପ୍ରଭୁ ଜଗନ୍ନାଥଙ୍କ ଫଟୋ ଏବଂ ସ୍ବର୍ଗତ ବେହେରାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଅମର ଆତ୍ମାର ସଦ୍ଗତି ନିମିତ୍ତ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ବର୍ଗତ ବେହେରାଙ୍କ ସୁଗୁଣ ଉପରେ ଆଧାରିତ ସ୍ବରଚିତ ଦୁଃଖଦ ସଙ୍ଗୀତ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ଗାୟନ କରିଥିଲେ । ସେ ଜଣେ ଛାତ୍ର ବତ୍ସଳ ଶିକ୍ଷକ,ଅମାୟିକ ,ଦରଦୀ ବନ୍ଧୁ,ଦୁଃସାହସୀ,ସମାଜସେବୀ,ସଚ୍ଚରିତ୍ର, ନିରଳସ ଓ ନିଷ୍କପଟ ବ୍ୟକ୍ତିତ୍ଵ ଥିଲେ। ନିଜେ ଘରେ ଔଷଧ ରଖି ରୋଗୀ ସେବା ମଧ୍ୟ କରୁଥିଲେ । ଗରିବ ରୋଗୀ ଚିକିତ୍ସା ପାଇଁ ଅର୍ଥ ଗ୍ରହଣ କରୁନଥିଲେ । ଅବସର ପରେ ସଂକୀର୍ତ୍ତନ ଗାୟକ ହେବାକୁ ସେ ମନସ୍ଥ କରିଥିଲେ ।
ମଞ୍ଚରେ ଉପବେଶନ କରିଥିବା ଅତିଥିମାନଙ୍କ ସମେତ ପ୍ରଫୁଲ୍ଲ ରାଉତ,ସୂର୍ଯ୍ୟ ପ୍ରସାଦ ନନ୍ଦ,ଚଗଲା ପଣ୍ଡାଙ୍କ ସହ ଛାତ୍ରପଡ଼ାର ଅନ୍ୟ ଶିକ୍ଷକ ,ଅନ୍ୟ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ପୁରାତନ ବିଦ୍ୟାର୍ଥିମାନେ ସେମାନଙ୍କ ବକ୍ତବ୍ୟରେ ଏହା ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁଦାମ ବେହେରା,ବିନୋଦ ବେହେରା,ରମେଶ ବେହେରା,ସନ୍ତୋଷ ସେନାପତି,ସ୍ମିତା ବେହେରା,ମମତା ସେନାପତି,ପ୍ରକାଶ ପରିଡ଼ା,ସତ୍ୟବ୍ରତ ବେହେରା,ଆଦିତ୍ୟ ସେନାପତି ଓ ଆଲିସା ବେହେରା ଉପସ୍ଥିତ ଥିଲେ ।ପ୍ରକାଶ ଥାଉ କି ସ୍ବର୍ଗତ ବେହେରାଙ୍କ ପରିବାରରେ ବୃଦ୍ଧା ମାଆ, ଧର୍ମପତ୍ନୀ ଓ ଦୁଇ କନ୍ୟା ଅଛନ୍ତି ।ପରିବାର ପୋଷଣ ପାଇଁ ସ୍ବର୍ଗତ ବେହେରାଙ୍କ ଧର୍ମପତ୍ନୀ ରଶ୍ମିତା ବେହେରାଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବା ନିମିତ୍ତ ସରକାରୀ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିବାକୁ ସମ୍ପାଦକ ଶ୍ରୀ ମହାପାତ୍ର ଏବଂ ଅଞ୍ଚଳ ବାସୀ ସଭାର ଅତିଥିମାନଙ୍କୁ ଅନୁରୋଧ କରିଥିଲେ । ପରିଶେଷରେ ଅଙ୍କିତା ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments