ନୂଆପଡା/୧୭/୦୨/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବିରୋଧରେ ଜନ ସଚେତନତା ସୃଷ୍ଟି କରିବାପାଇଁ ଆସନ୍ତା ଫେବୃଆରୀ ୨୦ ତାରିଖ ସକାଳରେ ନୂଆପଡା ସ୍ଥିତ ପୋଲିସ୍ ପଡ଼ିଆରେ “ରାହାଗିରି” କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ସଙ୍କ୍ରାନ୍ତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଶ ଚନ୍ଦ୍ର ରଇତ,ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପ ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ,ମୁଖ୍ୟ ଜିଲ୍ଲା ଚିକିତ୍ସା ଧିକାରୀ ଡା. ଧନେଶ୍ୱର ସେଠୀ, ଜିଲ୍ଲା ଶ୍ରମ ଅଧିକାରୀ ଜାସ୍ମିନ ସାହୁ, ରାଜ୍ୟ ପ୍ରଦୂଷଣ ବୋର୍ଡ ଅଞ୍ଚଳିକ ଅଧିକାରୀ ଶ୍ରୀମତୀ ବବିତା ସିଂହ, ଏସ ଡି ପି ଓ, ମେର୍ଶୀ ରାଣୀ ପୁର୍ତୀ, ଏ ସି ଏଫ୍ ମହମ୍ମଦ ମୁସ୍ତାଫା, ଅଜୟ ସେଶ ଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକରେ ଆଲୋଚନା ଅନୁସାରେ ରାହାଗିରି ମାଧ୍ୟମରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୋଧରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯୋଗାଭ୍ୟାସ, ରଙ୍ଗୋଲି ପ୍ରତିଯୋଗିତା, ସ୍ଲୋ ସାଇକ୍ଲିଂ, ମେହେନ୍ଦି ପ୍ରତିଯୋଗିତା, ସ୍ୱାକ୍ଷର ଅଭିଯାନ, ଚିତ୍ରାଙ୍କନ ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜିତ ହେବ।
ସେପରି ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୋଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ପଥ ପ୍ରାନ୍ତ ନାଟକ (ଷ୍ଟ୍ରିଟ୍ ପ୍ଲେ) ମାଧ୍ୟମରେ ସାମାଜିକ ସନ୍ଦେଶ ପ୍ରଚାର କରାଯିବ।ଜିଲ୍ଲାପାଳ ଶ୍ରୀ ଦାଶ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ନିମନ୍ତେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ବର୍ଜନ କରିବା ଆବଶ୍ୟକ ଏବଂ ଏହି ରାହାଗିରି କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ।
Recent Comments