logo
add image
 ଦାଦାବଟି ମାଗି ଉପରମୁଁହା ହେଲାଣି ଅସାଧୁ ଯୁବକ.ବାପପୁଅ ସମେତ ୪ଗିରଫ, 

ଦାଦାବଟି ମାଗି ଉପରମୁଁହା ହେଲାଣି ଅସାଧୁ ଯୁବକ.ବାପପୁଅ ସମେତ ୪ଗିରଫ, 

ପିପିଲି/୧୭/୨/୨୦୨୬/(ଆଧାର ମିଡ଼ିଆ)-ପିପିଲିବ୍ଲକ ତଥା ବଳଙ୍ଗା ଥାନା ଅନ୍ତର୍ଗତ ଯୋପନ ଛକରେ ଦାଦାବଟିକୁ କେନ୍ଦ୍ରକରି ମେସିନ ଭଙ୍ଗାରୂଜା କରିବା ସହ ଚାଳକକୁ ମାଡ଼ମାରି ସୁନାଚେନ ଲୁଟ ମାମଲାରେ ବଳଙ୍ଗା ଥାନା ଅଧିକାରିଣୀ ସସ୍ମିତା ସାହୁ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର ଦିନ ନିମାପଡା ଜୁଡ଼ିସିଆଲ କୋର୍ଟକୁ ଚାଲାଣ କରିଛି । ଅଭିଯୁକ୍ତ ମାନେ ଭଙ୍ଗାରୁଜା କରିଥିବା ଜେସିବି ଓ ଫେବର ମେସିନକୁ ଜବଦ କରିଛି ପୋଲିସ । ସାକ୍ଷୀଗୋ ପାଳ ଉପଖଣ୍ଡ ଜଳସମ୍ପଦ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଧୀନ ରୂପଦେପୁର ସେକ୍ସନ ଅଫିସ ଅଧୀନରେ ଥିବା ବାଲିଗାଁ ମାଇନର କେନାଲ ବନ୍ଧ ପିଚୁକାର୍ଯ୍ୟ କରୁଥିବା ବେଳେ ଉକ୍ତ କାର୍ଯ୍ୟକୁ ତଦାରଖ କରୁଥିବା ଡେଲାଙ୍ଗ ଥାନା ସୁରଙ୍ଗପୁର ଗ୍ରାମର ଅଜିତ ମହାନ୍ତିଙ୍କୁ ଅଭିଯୁକ୍ତ ମାନେ ୧ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ । ଟଙ୍କା ନଦେଲେ କାମ କରେଇ ଦେବେନି ବୋଲି କହି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମରାଣାନ୍ତକ ହତ୍ୟାଧମକ ଦେଇଥିଲେ ।
ଅଜିତ ପ୍ରତିବାଦ କରିବାରେ ଅଭିଯୁକ୍ତ ମାନେ ରାସ୍ତା କାର୍ଯ୍ୟରେ ବ୍ୟବହୃତ ଜେସିବି ଚାଳକ ବଳଙ୍ଗା ଥାନା ବିରାଟା ସାହିର ବିଷ୍ଣୁ ପ୍ରସାଦ ପ୍ରଧାନଙ୍କୁ ମାଡମାରି ତାଙ୍କ ବେକରୁ ସୁନାଚେନ ଛିଣ୍ଡାଇ ନେବାସହ ଫେବର ମେସିନ ଚାଳକକୁ ମଧ୍ୟ ଆକ୍ରମଣ କରି ଜେସିବି ଓ ଫେବର ମେସିନକୁ ଭଙ୍ଗାରୁଜା କରିଥିଲେ । ଏନେଇ ବିଷ୍ଣୁପ୍ରସାଦଙ୍କ ଭାଇ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯା ଇଥିଲା ବେଳେ ଘଟଣା ସ୍ଥଳରୁ ଭଙ୍ଗା ହୋଇଥିବା ଜେସିବି ଓ ଫେବର ମେସିନକୁ ଜବତ କରି ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରିରହିଛି ।
ସୁଚନା ମୁତାବକ ଗତ ୨୦୧୮ ମସିହା ଜୁନ ମାସରେ- ବଉଳ ଚଉକା ଗ୍ରାମର ଗୋପାଳ ମାଣିଆଙ୍କ ଘରୁ ହୋଇଥିବା ଡକାୟତି ମାମଲାରେ ରାମଚନ୍ଦ୍ର ଅଭିଯୁକ୍ତ ଥିବାନେଇ ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି ।ସେହିଭଳି ଉକ୍ତ ସେକ୍ସନ ଅଫିସ ଅଧୀନରେ ବିଭିନ୍ନ ଜନହିତକର ସରକାରୀ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଅଂଚଳର କିଛି ବ୍ୟକ୍ତି ମାନେ ବିଭିନ୍ନ ଆଳଦେଖାଇ ନିଯୁକ୍ତି ଠିକାଦାର ଓ ଅଧିକାରୀଙ୍କୁ ନାଲିଆଖି ଦେଖାଇ ଅର୍ଥଆଦାୟ କରୁଥିବା ଅଭିଯୋଗ ଆଣିଛନ୍ତି ଠିକାଦାରମାନେ.ଅସାମାଜିକ ବ୍ୟକ୍ତି ମାନଙ୍କ ଦୌରାତ୍ମକ ବଢ଼ି ଚାଲିଥିବା ଯୋଗୁଁ ଜନହିତକର କାର୍ଯ୍ୟରେ ସମ୍ପୂର୍ଣ୍ଣ ବାଧା ସୃଷ୍ଟିହେଉଛି. ତେଣୁ ଏଦିଗରେ ଉଚ୍ଚସ୍ଥ ଅଧିକାରୀ ନଜର ଦେଇ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବୀହେଉଛି.

Recent Comments

Leave Comments

Top