logo
add image
ଅତିରିକ୍ତ ତହସିଲଦାର ଓ ଆଇଆଇସିଙ୍କ ଦ୍ୱାରା ସ୍କୁଲରାସ୍ତରୁ ଉଠିଲା ବାଡ଼.

ଅତିରିକ୍ତ ତହସିଲଦାର ଓ ଆଇଆଇସିଙ୍କ ଦ୍ୱାରା ସ୍କୁଲରାସ୍ତରୁ ଉଠିଲା ବାଡ଼.

ପିପିଲି/୧୮/୨/୨୦୨୬/(ଆଧାର ମିଡ଼ିଆ)-ବିଦ୍ୟାଳୟ ରାସ୍ତାରେ ପାଳଗଦା ଓ ବାଉଁଶ ବାଡ଼. ବାଡ଼ ପଡିବା ଯୋଗୁଁ ଶିକ୍ଷା ଦାନରୁ ଓ ମାଧ୍ୟାନ୍ନ ଭୋଜନରୁ ବୁଧବାର ଦିନ ବଂଚିତ ଅଛନ୍ତି କୁନି କୁନି କୋମଳ ମତି ଶିଶୁ.ବିଦ୍ୟାଳୟକୁ ଯାଇ ନପାରି ରାସ୍ତା ପାର୍ଶ୍ଵରେ ଦୀର୍ଘ ଅଢେଇ ଘଣ୍ଟା ଧରି ଗୋଡ଼ଭାଙ୍ଗି ଠିଆ ହୋଇଥିଲେ ୨୦ରୁ ଉର୍ଦ୍ଧ କୋମଳ ମତୀ ଶିଶୁ. ଏହି ଖବର ପାଇ ପିପିଲି ବ୍ଲକ ବିଇଓ ପୀତବାସ ସେଠି. ପିପିଲି ଅତିରିକ୍ତ ତହସିଲଦାର ବସନ୍ତ କୁମାର ବେହେରା.ପିପିଲି ବିଡିଓ ସରୋଜ ରାଉତ.ପିପିଲି ଥାନା ଆଇ ଆଇ ସି ସୌମେନ୍ଦ୍ର ଶେଖର ତ୍ରିପାଠୀ.ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ବ୍ଲକ ପାର୍ଶ୍ଵ ଡିହସାହି ପ୍ରକଳ୍ପ ପ୍ରାର୍ଥମିକ ବିଦ୍ୟାଳୟରେ.ଦୀର୍ଘ ଏକମାସ ଧରି ସେହିଗ୍ରାମର ଜଣେବ୍ୟକ୍ତି ବିଦ୍ୟାଳୟ ରାସ୍ତା ନିଜ ପୈତୃକ ସମ୍ପତ୍ତିକହି ରାସ୍ତାମଝିରେ ପାଳଗଦା କରି ରଖିଥିଲେ.ସେହି ଗ୍ରାମର ଜଣେବ୍ୟକ୍ତି ନିଜଘରକୁ ଯାତାୟାତ ରେ ଅସୁବିଧା ହେବାରୁ ସେ ବାଧ୍ୟହୋଇ ନିଜଘର ପାର୍ଶ୍ଵ ବିଦ୍ୟାଳୟ ରାସ୍ତକୁ ବାଉଁଶ ପକାଇ ଅବରୋଧ କରି ଥିଲେ .ଆଜି ସକାଳୁ ଅଙ୍ଗନୱାଡି କୋମଳ ମତି ଶିଶୁମାନେ ଯାଇ ନପାରି ଅଟକି ରହି ଥିବାବେଳେ ଦିନ ୧୦ଘଟିକା ସମୟରେ ଏକମ ଶ୍ରେଣୀଠାରୁ ପଞ୍ଚମଶ୍ରେଣୀ ଛାତ୍ର ଛାତ୍ରୀ. ଶିକ୍ଷକ/ ଶିକ୍ଷୟିତ୍ରୀ ମାନେ ଦୀର୍ଘ ଅଢେଇ ଘଣ୍ଟାଧରି ରାସ୍ତା କଡରେ ଅଟକି ବିଦ୍ୟାଳୟର ପ୍ରଧାନଶିକ୍ଷକ ପିପିଲି ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ.ଏହି ଖବର ପାଇ ସମସ୍ତ ଅଧିକାରୀ ପହଂଚି ରାସ୍ତା ରୁ ବାଉଁଶ ବାଡ଼ ହଟାଇବା ସହିତ ନିଜେ ପିପିଲି ଥାନା ଅଧିକାରୀ କୁଟା ଗଦକୁ ଖାଲି କରିଥିଲେ.ଏସବୁ ଅବରୋଧ ଉଠିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟକୁ ଯାଇଥିଲେ

Recent Comments

Leave Comments

Top