logo
add image
କଣିହାଁବ୍ଲକରେ ୧୩ଟି ପରୀକ୍ଷାକେନ୍ଦ୍ରରେ ୨00୪ଜଣ ଛାତ୍ର ଛାତ୍ରୀ ପରୀକ୍ଷାଦେଲେ 

କଣିହାଁବ୍ଲକରେ ୧୩ଟି ପରୀକ୍ଷାକେନ୍ଦ୍ରରେ ୨00୪ଜଣ ଛାତ୍ର ଛାତ୍ରୀ ପରୀକ୍ଷାଦେଲେ 

କଣିହାଁ/୨0/0୨/୨0୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ପିଏମ ଶ୍ରୀ ପବିତ୍ର ମୋହନ ହାଇଆର ସେକେଣ୍ଡାରୀ ସ୍କୁଲ ନୋଡାଲ କେନ୍ଦ୍ର ଅଧୀନରେ ଚାଲୁଥିବା ଦଶମଶ୍ରେଣୀ ପ୍ରବେଶିକା ପରୀକ୍ଷା ଗୁରୁବାର ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଛି। କଣିହାଁ ବ୍ଲକରେ ମୋଟ ୧୩ଟି ପରୀକ୍ଷା କେନ୍ଦ୍ରରେ ୨୦୦୪ ଜଣ ପରୀକ୍ଷାର୍ଥୀ  ଥିବାବେଳେ ବିଭିନ୍ନ କେନ୍ଦ୍ରରେ ୪୬ଜଣ ପରୀକ୍ଷର୍ଥୀ ଅନୁପସ୍ଥିତ ଥିବା ସୂଚନା ମିଳିଛି। ନୋଡାଲ କେନ୍ଦ୍ର ଓ ପିଏମ ଶ୍ରୀ ପିଏମ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ସିଦ୍ଧିପ୍ରସାଦ ସାହୁଙ୍କ ତତ୍ତ୍ୱାବଧାନରେ ପରୀକ୍ଷା ଶାନ୍ତି ଶୃଙ୍ଖଳା ଭାବେ ଅନୁଷ୍ଠିତ ହୋଇଥିଲା।
କଣିହାଁ ନୋଡାଲ କେନ୍ଦ୍ରରେ ୨୬୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଅନୁଗୁଳ ଜିଲ୍ଲାର ଏକ ମାତ୍ର କଳ୍ପତରୁ ଭୈରବୀ ବିଦ୍ୟାପୀଠ ମଧ୍ୟମା ସଂସ୍କୃତ ବିଦ୍ୟାଳୟର ୨୮ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୧ ଜଣ ଛାତ୍ର ଅନୁପସ୍ଥିତ ଥିଲେ।
ଏହି ନୋଡାଲ ପରୀକ୍ଷା କେନ୍ଦ୍ରକୁ ପରିଚାଳନା ପାଇଁ ୨୧ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ନିଯୁକ୍ତ ହୋଇଥିଲେ। ବିଭିନ୍ନ ବିଦ୍ୟାଳୟ କୁ ପ୍ରଶ୍ନପତ୍ର ବିତରଣ ପାଇଁ ନୋଡାଲ କେନ୍ଦ୍ରରୁ ୩ଟି ଦଳ ଗଠନ କରାଯାଇଥିଲା। ୬ ଜଣ ବରିଷ୍ଠ ଶିକ୍ଷକ ପୋଲିସ ପ୍ରଶାସନର ସହଯୋଗରେ ନିର୍ଦ୍ଧାରିତ ସମୟରେ ବିଭିନ୍ନ କେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚାଇଥିଲେ।
ଅନ୍ୟାନ୍ୟ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତିତ କୁଳୁମା ଜଗମୋହନ ଉଚ୍ଚ ବିଦ୍ୟାଳୟରେ ୧୫୨ ମଧ୍ୟରୁ ୨ ଜଣ ଅନୁପସ୍ଥିତ, ପଞ୍ଚପଡା ଉଚ୍ଚ ବିଦ୍ୟାଳୟରେ ୧୯୩ ମଧ୍ୟରୁ ୩୨ ଜଣ ଅନୁପସ୍ଥିତ,କଣ୍ଟାପାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୧୭ ମଧ୍ୟରୁ ୪ ଜଣ ଅନୁପସ୍ଥିତ,ଡେରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୬୧ ଜଣ ପରୀକ୍ଷା ଦେଇଥିବାବେଳେ ସମଲ ବ୍ୟାରେଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୧୮ଜଣ ପରୀକ୍ଷର୍ଥୀ ଉପସ୍ଥିତ ଥିଲେ। ବଜ୍ରକୋଟ ଜନତା ଉଚ୍ଚ ବିଦ୍ୟାଳ ୟରେ ୧୦୦ ମଧ୍ୟରୁ ୫ ଜଣ ଅନୁପସ୍ଥିତ ଥିଲେ। ବଡଗୁଣ୍ଡୁରୀ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ୧୨୯ ଜଣ, ପବିତ୍ର ନଗର ଉଚ୍ଚ ବିଦ୍ୟାଳୟରେ ୨୨୮ ଜଣ,ବିଜୁଗୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ୧୧୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ଶରଧାପୁର କନକେଶ୍ୱରୀ ଉଚ୍ଚ ବିଦ୍ୟାଳୟରେ ୧୩୯ ମଧ୍ୟରୁ ୨ ଜଣ ଅନୁପସ୍ଥିତ ଥିଲେ। ବଡତ୍ରିବିଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ୯୯ ଜଣ ଓ କୁଲାବୀର ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟରେ ୧୬୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ କେନ୍ଦ୍ରରେ  ପର୍ୟବେକ୍ଷକ ନିଯୁକ୍ତ ହୋଇଥିଲେ। ପ୍ରଶାସନିକ ଅଧିକାରୀ ଓ ପୋଲିସ ବାହିନୀଙ୍କ ସକ୍ରିୟ ସହଯୋଗରେ ସମଗ୍ର ବ୍ଲକରେ ପରୀକ୍ଷା ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ସହିତ ସମାପ୍ତ ହୋଇଥିବା ନେଇ କଣିହାଁ ନୋଡାଲ କେନ୍ଦ୍ର ର ଅଧକ୍ଷ ସିଦ୍ଧି ପ୍ରସାଦ ସାହୁଙ୍କ ସୂତ୍ରରୁ ପ୍ରକାଶ ।

Recent Comments

Leave Comments

Top