ରେଢ଼ାଖୋଲ/୨୦/୦୨/୨୦୨୬/(ଆଧାର ମିଡ଼ିଆ)-ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଘୋଷିତ ଦୁଇଦିନିଆ ଗଣଧାରଣାର ପ୍ରଥମ ଦିନରେ ରେଢ଼ାଖୋଲ ଡିଭିଜନର ସମସ୍ତ ୯ଟି ରେଞ୍ଜରେ ଗଣବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ ସଫଳଭାବେ ଅନୁଷ୍ଠିତ ହୋଇଛି। ରେଢ଼ାଖୋଲର ସମସ୍ତ ରେଞ୍ଜରେ ଶତାଧିକ ତୋଳାଳୀ ଓ ସିଜନାଲ୍ କର୍ମଚାରୀ ନିଜ ନିଜ ଦାବୀନେଇ ଧାରଣାରେ ସାମିଲ ହୋଇଥିଲେ।
କେନ୍ଦୁପତ୍ର ତୋଳାଳୀଙ୍କ କେରିପ୍ରତି ଦରବୃଦ୍ଧି,ସିଜନାଲ୍ କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରୀ ୨୦୨୪ ଅନୁପାତରେ ପ୍ରଦାନ, ବନ୍ଧେଇ ଶ୍ରମିକଙ୍କ ବଣ୍ଡଲ୍ ପ୍ରତି ଦରବୃଦ୍ଧି, ବୋନସ୍ ଘୋଷଣା,ସାମାଜିକ ନିରାପତ୍ତା ପାଇଁ ୨୦୦ କୋଟି ଟଙ୍କା ବଜେଟ୍ ପ୍ରାବଧାନ ଓ ମୃତ୍ୟୁକାଳୀନ ସହାୟତାକୁ ୪ ଲକ୍ଷ ଟଙ୍କା କରିବା ଆଦି ଦାବୀ ଉପରେ ସଂଘ ପକ୍ଷରୁ ଜୋର ଦିଆଯାଇ ଥିଲା। ଏହାସହ କେନ୍ଦୁପତ୍ର ଫଡ଼ି ଉଚ୍ଛେଦ ଓ ପ୍ରସ୍ତାବିତ ଘରୋଇକରଣ ପ୍ରତିବାଦରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା।
ରାଜ୍ୟ ସଂଗଠନ ସମ୍ପାଦକ ସଞ୍ଜିତ ମହାନ୍ତି, ଡିଭିଜନ ସମ୍ପାଦକ କିଶୋର ପ୍ରଧାନ ଓ ଯୁଗ୍ନ ସମ୍ପାଦକ ଉଦିତ ତ୍ରିପାଠୀ, ମିଡ଼ିଆ ସଂଯୋଜକ ଦେବଜ୍ୟୋତି ପଟ୍ଟନାୟକ ସମସ୍ତ ରେଞ୍ଜ ଗସ୍ତକରି ତୋଳାଳୀ ଓ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ । ଶ୍ରୀ ମହାନ୍ତି ଦାବୀପୂରଣ ନହେଲେ ଆଗାମୀ ୨୭ ଫେବୃଆରୀରେ ରେଢ଼ାଖୋଲ ସହ ରାଜ୍ୟତମାମ ରାସ୍ତା ରୋକ ଆନ୍ଦୋଳନକୁ ତୀବ୍ର କରାଯିବ ଓ ଏହା ପାଇଁ ପ୍ରସ୍ତୁତି ନେବାକୁ ଆହ୍ଵାନ ଜଣାଇଥିଲେ। ଆଜିର ଏହି ବିକ୍ଷୋଭରେ ରେଞ୍ଜସମ୍ପାଦକ ଅଖୋଜ ପ୍ରଧାନ,ଭିକାରି ପ୍ରଧାନ,ଜିତେନ୍ଦ୍ରିୟ ଷଣ୍ଢ, ନୀଳାଦ୍ରି ପ୍ରଧାନ, ଅରୁଣ ପ୍ରଧାନ, ପ୍ରମୋଦ ସାହୁ,ଟିକେଶ୍ୱର ଝାଙ୍କର,ଦିଲୀପ ନନ୍ଦ,ଜଗବନ୍ଧୁ ଜେନା,ଦଇତାରୀ ମିର୍ଧା,ସତ୍ୟବାଦୀ ନାୟକ,ଶଶିଭୂଷଣ ପ୍ରଧାନ,ମକରଧ୍ୱଜ ପ୍ରଧାନ, ଯୁଧିଷ୍ଠିର ପ୍ରଧାନ, ପ୍ରଫୁଲ୍ଲ ସ୍ୱାଇଁ ପ୍ରମୁଖଙ୍କ ନେତୃତ୍ୱ ରେ ସମସ୍ତ ରେଞ୍ଜ ରେ ଶତାଧିକ ତୋଳାଳୀ ଓ କର୍ମଚାରୀଙ୍କୁ ନେଇ ଆଜିର ଏହି ଧାରଣା ଓ ବିକ୍ଷୋଭ ସମାବେଶ ହୋଇଥିଲା l
Recent Comments