logo
add image
ଛାତ୍ରଙ୍କ ଭବିଷ୍ୟତ ଓ ସୁରକ୍ଷା ପାଇଁ ଉତ୍ତରଦାୟୀ କିଏ ?? 

ଛାତ୍ରଙ୍କ ଭବିଷ୍ୟତ ଓ ସୁରକ୍ଷା ପାଇଁ ଉତ୍ତରଦାୟୀ କିଏ ?? 

ବାଲିଗୁଡ଼ା/୨୧/୦୨/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ)-ମେଟ୍ରିକ୍ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି ଛାତ୍ର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ବ୍ଲକ ଅଞ୍ଚଳରୁ । ଯାହାର ଚିତ୍ର ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।ସୂଚନା ପ୍ରକାରେ ମେଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ କ.ନୂଆଗାଁ ସ୍ଥିତ ପି.ଏମ୍.ଶ୍ରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରମାନେ ପରୀକ୍ଷା ଦେବାକୁ ଟ୍ରାକ୍ଟର ଯୋଗେ କୁଡୁତୁଲି ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ ।
ବିଦ୍ୟାଳୟରୁ ପରୀକ୍ଷା କେନ୍ଦ୍ର ମାତ୍ର ତିନି କିଲୋମିଟର ଦୂରତା ହୋଇଥିବା ବେଳେ ଅତି ବିପଦପୂର୍ଣ୍ଣ ଭାବରେ ଟ୍ରାକ୍ଟର ଡ଼ାଲାରେ ବସି ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଦୃଶ୍ୟକୁ ନେ଼ଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅତି ବେପାରୁଆ ମନୋଭାବ ପୋଷଣ କରି ବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ଟ୍ରାକ୍ଟରରେ ଯିବାକୁ ପରୀକ୍ଷା କେନ୍ଦ୍ରକୁ ଛାଡ଼ିଲେ ସାଙ୍ଗରେ କେହି ଗାଇଡ୍ ଶିକ୍ଷକ କିମ୍ବା ବିଦ୍ୟାଳୟର କର୍ମଚାରୀଙ୍କୁ ଦେଖିବାକୁ ମିଳିନଥିଲା । ଜିଲ୍ଲା ପ୍ରଶାସନ ଏହାର ଉଚ୍ଚ ସ୍ତରୀୟ ତଦନ୍ତକରି ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି । ଏ ନେଇ କ.ନୂଆଗାଁ ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ରଥ କହିଛନ୍ତି ଯେ, ଟ୍ରାକ୍ଟର ଡାଲାରେ ବସି ଯାଉଥୁବା ଛାତ୍ର ଆମ ବିଦ୍ୟାଳୟର ଛାତ୍ର କି ଆଉ କେଉଁ ବିଦ୍ୟାଳୟର ସେନେଇ ସ୍ପଷ୍ଟ ହୋଇନାହିଁ I
ଛାତ୍ରମାନେ ଯେଉଁ ବି ବିଦ୍ୟାଳୟର ହୁଅନ୍ତୁ ଏପରି ଟ୍ରାକ୍ଟର ଡାଲାରେ ବସି ପରୀକ୍ଷା କେନ୍ଦ୍ରକୁ ଯିବାଘଟଣା ଅନୁଚିତ ବୋଲି ପ୍ରଧାନଶିକ୍ଷକ କହିଛନ୍ତି I ତେବେ ଯେଉଁ ଟ୍ରାକ୍ଟର ଡାଲାରେ ବସି ଛାତ୍ରମାନେ ଯାଇଥିଲେ ସେହି ଟ୍ରାକ୍ଟରର ସନ୍ଧାନ ଚାଲିଛି | ସେହି ଟ୍ରାକ୍ଟର ଡ୍ରାଇଭର କିପରି କେଉଁ ପରିସ୍ଥିତିରେ ଛାତ୍ରଙ୍କୁ ବସାଇ ନେଇଥିଲେ ସେହି ଡ୍ରାଇଭରଙ୍କ ବିରୋ ଧରେ ଏତଲା ଦିଆଯିବ ବୋଲି ପ୍ରଧାନଶିକ୍ଷକ କହିଛନ୍ତି I ପରୀକ୍ଷା କେନ୍ଦ୍ରକୁ ଛାତ୍ର ଛାତ୍ରୀଙ୍କୁ ନେବାପାଇଁ ବିଭାଗ ପକ୍ଷରୁ ସେପରି କିଛି ବ୍ୟବସ୍ଥା ନଥିବା ବେଳେ ଅଭିଭାବକ ନିଜ ଦାୟିତ୍ଵରେ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବାଉଚିତ ବୋଲି କହିଛନ୍ତି I ତେବେ ପ୍ରଶ୍ନ ଉଠୁଛି ବିପଦ ସଂକୁଳ ଅବସ୍ଥାରେ ପରୀକ୍ଷା କେନ୍ଦ୍ରକୁ ଟ୍ରାକ୍ଟର ଡାଲାରେ ବସି ଯାଇଥିବା ଛାତ୍ରଙ୍କ ଭବିଷ୍ୟତ ଓ ସୁରକ୍ଷା ପାଇଁ ଉତ୍ତରଦାୟୀ କିଏ ?? । ପିଲାଙ୍କ ଭବିଷ୍ୟତ ସହ ଖେଳୁଥିବା ସରକାର ନିଜ ଦୋଷ ଲୁଚାଇବାକୁ ଯାଇ ଅନ୍ୟମୁଣ୍ଡରେ ହାତଥୋଇ ନିଜ ଦୋଷକୁ ଲୁଚେଇବା କେତେଦୁର ଠିକ୍ ତାହା ସମୟ ହିଁ କହିବ।

Recent Comments

Leave Comments

Top