କାକଟପୁର/୨୨/୨/୨୦୨୬/(ଆଧାର ମିଡ଼ିଆ-ତୁଷାର ଦୀକ୍ଷିତ)-କାକଟପୁର ବ୍ଲକ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଅସି ଦଶକରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିବା ଛାତ୍ରଵସ୍ଚଳ ଅବସର ପ୍ରାପ୍ତ ସହକାରୀ ଶିକ୍ଷକ ହରିହର ସାହୂଙ୍କ ର ସନ୍ଧ୍ୟା ୬ଘଟିକା ସମୟରେ କାକଟପୁର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି,ମୃତ୍ୟୁ ବେଳକୁ ତାଙ୍କୁ 76 ବର୍ଷ ହୋଇଥିଲା, ସେ ଦୀର୍ଘଦିନ ହେବ କୀଡୀନ ଜନିତ ରୋଗରେ ପୀଡିତଥିଲେ, ସେ ତାଙ୍କ ଶିକ୍ଷକତା ସମୟରେ ବହୁ ଛାତ୍ରଙ୍କୁ ଦିଗଦର୍ଶନ ଦେଇ ଛାତ୍ର ମାନଙ୍କ ଉଜ୍ୱଳ ଭବିଷ୍ୟତ ଗଠନ କରିଥିଲେ, ଅବସର ଗ୍ରହଣ କରିବା ପରେ ଅନୁକୂଳ ଚନ୍ଦ୍ରଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ଧର୍ମାନୁଷ୍ଠାନ ସହିତ ଜଡିତ ଥିଲେ,ତାଙ୍କ ମୃତ୍ୟୁ ଖବର ପାଇଁ ଆତ୍ମୀୟ ସୋଜ୍ଜନ,ବନ୍ଧୁ ବାନ୍ଧବ, ଛାତ୍ର ଦୁଃଖ ପ୍ରକାଶ କରିବା ସହିତ ଶେଷ ଦର୍ଶନ କରିଥିଲେ, ଶେଷ କୃତ୍ୟ ନିଜ ଗାଁ ମସାଣିରେ ହୋଇଥିବା ବେଳେ ବଡ଼ପୁଅ ହିମାଦ୍ରୀ ଓ ହିମାଂଶୁଙ୍କ ସହିତ ଆତ୍ମୀୟ ସଜନ ମାନେ ଉପସ୍ଥିତ ଥିଲେ,ହରିସାର ଏକ ମିଷ୍ଠ ଭାଷୀ,ପରୋଉପକାରୀ,ଛାତ୍ରଵସ୍ଚଳ ଥିବାରୁ ଅମୂଣିହାଁ ପାଟଣା ଗାଁ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଉଛି
Recent Comments