logo
add image
ଜନସୂଚନା ଅଧିକାରୀ ମାନଙ୍କୁ ସୂଚନା ଅଧିକାର ଆଇନ ୨୦୦୫ ଉପରେ ତାଲିମ କର୍ମଶାଳା ଅନୁଷ୍ଠିତ।

ଜନସୂଚନା ଅଧିକାରୀ ମାନଙ୍କୁ ସୂଚନା ଅଧିକାର ଆଇନ ୨୦୦୫ ଉପରେ ତାଲିମ କର୍ମଶାଳା ଅନୁଷ୍ଠିତ।

ସୁବର୍ଣ୍ଣପୁର/୨୪/୦୨/୨୦୨୬/(ଆଧାର ମିଡ଼ିଆ)-ଆଜି ଅପରାହ୍ନ ୩.୦୦ ଘଟିକା ସମୟରେ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଜନସୂଚନା ଅଧିକାରୀ ଓ ଅତିରିକ୍ତ ଜନସୂଚନା ଅଧିକାରୀ ମାନଙ୍କୁ ସୂଚନା ଅଧିକାର ଆଇନ ୨୦୦୫ ଉପରେ ଜିଲ୍ଲା ପ୍ରଶାସନ ତାଲିମ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ,ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଅଞ୍ଜଳିନା ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟର ଜନସୂଚନା ଅଧିକାରୀ, ଅତିରିକ୍ତ ଜନସୂଚନା ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦାନ କରିଥିଲା।
ଶ୍ରୀଘାସିରାମ ପଣ୍ଡା ଓ ଶ୍ରୀ ସ୍ଵାଧୀନ ମେହେର,ଉଭୟ ସାଧନ କର୍ମୀ,ପ୍ରଶିକ୍ଷକ ବା ତାଲିମ ଦାତାଭାବେ ଯୋଗଦାନ କରି ଜନସୂଚନା ଅଧିକାରୀ,ଅତିରିକ୍ତ ଜନ ସୂଚନା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସୂଚନା ଅଧିକାର ଆଇନ ୨୦୦୫ ଉପ ରେ ବିଶଦ ଭାବେ ତାଲିମ ପ୍ରଦାନ କରିଥିଲେ। ସୂଚନା ଅଧିକାର ଆଇନ ୨୦୦୫ ଓ ସୂଚନା ଅଧିକାରୀ ନିୟମାବଳୀ  ୨୦୦୫ରେ ଥିବା ସମସ୍ତ ବ୍ୟବସ୍ଥା ସମ୍ବନ୍ଧୀୟ ସନ୍ଦେହ ଗୁଡିକୁ ତାଲିମ ଦାତା ଓ ଅତିରିକ୍ତ ଜନ ସୂଚନା ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ପରସ୍ପର କ୍ରିୟାଶୀଳ ବା ସଂଯୋଗ ରକ୍ଷା ବିଶଦଭାବେ ଆଲୋଚନା କରି ଦୂରୀଭୂତ କରାଯାଇଥିଲା। ଏହି ତାଲିମ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସମସ୍ତ ଜନ ସୂଚନା ଅଧିକାରୀ, ଅତିରିକ୍ତ ଜନ ସୂଚନା ଅଧିକାରୀ ଓ କର୍ମଚାରୀ ମାନଙ୍କ ପାଇଁ ଉପାଦେୟ ହେବା ସହିତ ସେମାନଙ୍କ କାର୍ଯ୍ୟ ଓ ଦାୟିତ୍ଵ ସମ୍ପାଦନ କ୍ଷେତ୍ରରେ  ନିଶ୍ଚିତ ସହାୟକ ହେବ।

Recent Comments

Leave Comments

Top