କାକଟପୁର/୨୮/୨/୨୦୨୬/(ଆଧାର ମିଡ଼ିଆ-ତୁଷାର ଦୀକ୍ଷିତ)-କାକଟପୁରର ସର୍ବପୁରାତନ ମଙ୍ଗଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ ପଣ୍ଡିତ ରାମଚନ୍ଦ୍ର ଦୀକ୍ଷିତଙ୍କର ଶନିବାର ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିବା ବେଳେ, ତାଙ୍କ ନିଜ ବାସଭବନରେ ଅପରାହ୍ନ ୩ ଟା ୪୫ ରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି l ସ୍ବର୍ଗତ ଦୀକ୍ଷିତ କାକଟପୁର ଅଂଚଳରେ ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ମଙ୍ଗଳା କଲେଜ ସ୍ଥାପନ କରି ଶିକ୍ଷା ର ଆଲୋକ ଦେଖାଇଥିବା ବେଳେ, ଅସ୍ତରଙ୍ଗ ହାଇସ୍କୁଲମରୀଚିପୁର,ଓ ଦଶବାଟିଆ ଠାରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ଶିକ୍ଷାର ବିକାଶ ଦିଗରେ ଜଣେ ପ୍ରବୀଣ ଯୋଦ୍ଧା ସାଜିଥିଲେ l
ଶିକ୍ଷାରୁ ଅବସର ଗ୍ରହଣ ପରେ ବିଭିନ୍ନ ଧର୍ମାନୁଷ୍ଠାନ ସହିତ ଜଡିତ ରହି ଧର୍ମାନୁରାଗୀ ଜୀବନ ଅତିବାହିତ କରୁଥିଲେ l କାକଟପୁର ର ସେବକସମିତି ତାଙ୍କରି ଉଦ୍ୟମ ରେ ଆରମ୍ଭ ହୋଇଥିଲା l ସେ ଜଣେ ସରଳ ନିଷ୍କପଟ, ଅମାୟିକ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ l ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ତାଙ୍କର ଶେଷ ଦର୍ଶନପାଇଁ ବନ୍ଧୁ,ଆତ୍ମୀୟ ସ୍ୱଜନ,ବିଭିନ୍ନ ଅନୁଷ୍ଠାନର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କର ଅନ୍ତିମ ଦର୍ଶନ କରିବା ସହିତ ଏକ ବିରାଟ ଶୋଭା ଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ଗ୍ରାମ ସ୍ମଶାନକୁ ଗଲାବେଳେ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ମଙ୍ଗଳା ମହାବିଦ୍ୟାଳୟ ର ପୂର୍ବତ୍ତନ ଅଧକ୍ଷ୍ୟ ଜମେଶ୍ୱର ଦୀକ୍ଷିତ, ହିମାଂଶୁ ଭୂଷଣ ଦୀକ୍ଷିତ, ପବିତ୍ର କୁମାର ଦୀକ୍ଷିତ, କାକଟପୁର ବ୍ଲକ ଅଧକ୍ଷ୍ୟ ଶ୍ରୀଧର ନାୟକ, ସମିତି ସଭ୍ୟ ସମରେନ୍ଦ୍ର ଦୀକ୍ଷିତ, ଅଶୋକ କୁମାର ଦୀକ୍ଷିତ ପ୍ରମୁଖ ସାମିଲ ହୋଇଥିବା ବେଳେ ତାଙ୍କର ଏକମାତ୍ର ପୁତ୍ର ବିଜେପି ର ମଣ୍ଡଳ ସଭାପତି କାଳନ୍ଦୀ ଦୀକ୍ଷିତ ମୁଖାଗ୍ନି ଦେଇଥିଲେ l ତାଙ୍କର ମୃତ୍ୟୁ ରେ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l
Recent Comments