ପୁରୀ/୨୬/୨/୨୦୨୬/(ଆଧାର ମିଡ଼ିଆ)-ପୁରୀ ଜିଲ୍ଲା ନିମାପଡ଼ା ପଞ୍ଚାୟତ ସମିତି ଦ୍ବାରା ସାମାଜିକ ସୁରକ୍ଷା ଭତ୍ତାପାଇବା ପାଇଁ ନୂତନ ଭାବେ ଅନୁମୋଦିତ ହୋଇଥିବା ୪୦୨ ଜଣ ହିତାକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି ରାଜ୍ୟ ସରକାରଙ୍କ ଡେପୁଟି ସି ଏମ ପ୍ରଭାତୀ ପରିଡା। ନୂତନ ଭାବେ ମୋଟ ୨୮୨ ଜଣଙ୍କୁ ମଧୁବାବୁ ପେନସନ ଯୋଜନା ଏବଂ ୧୨୦ ଜଣଙ୍କୁ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଅନୁର୍ଭୁକ୍ତ କରାଯାଇଥିଲା । ଏହି ଅବସରରେ ୮୮୪ ଜଣଙ୍କୁ ନୂଆ ରାସନ୍ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ଯକ୍ଷ ଶ୍ରୀ ସନ୍ତୋଷ କୁମାର ଦାଶ, ନିମାପଡ଼ା ବ୍ଲକ୍ ଉନ୍ନୟନ ଅଧୂକାରୀ ଶ୍ରୀ ଅଭିଜିତ ଷଡ଼ଙ୍ଗୀ, ଜଗତସିଂହପୁର ସାଂସଦଙ୍କ ପ୍ରତିନିଧୂ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଓଝା, ଶ୍ରୀମତୀ ମିନଲତା ମହାନ୍ତି ଏବଂ ସମସ୍ତ ପଞ୍ଚାୟତର ଜନପ୍ରତିନିଧୂଗଣ ଉପସ୍ଥିତ ଥିଲେ.
Recent Comments