ବଲାଙ୍ଗିର/୨୭/୦୨/୨୦୨୬/(ଆଧାର ମିଡ଼ିଆ)-କେନ୍ଦ୍ର ବଜେଟରେ ମୋହନ ସରକାର ଓଡ଼ିଶା ପାଇଁ କିଭଳି ବଜେଟ ପ୍ରସ୍ତୁତି କରିଛନ୍ତି ତାକୁନେଇ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା।ତିନିଲକ୍ଷ ଦସ ହଜାର କୋଟିରେ ବଲାଙ୍ଗିର ଜିଲ୍ଲାପାଇଁ କଣସବୁ ବ୍ୟବସ୍ଥା ଅଛି ସେ ବିଷୟରେ ପଞ୍ଚାୟତି ରାଜମନ୍ତ୍ରୀ ରବି ନାରାୟଣ ନାଏକ ଉପସ୍ଥାପନ କରିଥିଲେ।
ପ୍ରଥମେ କୃଷି ମହାବିଦ୍ୟାଳୟ ଏବଂ ଇଞ୍ଜିନିୟରିଂ କଲେଜ ସ୍ଥାପନ ପାଇଁ ବଜେଟରେ ଉଲ୍ଲିଖିତ ଥିବା କହିଥିଲେ।ଆଜିର ଏହି ସାମ୍ବାଦିକ ସମ୍ମିଳନୀ ଏବଂ ବୁଦ୍ଧିଜୀବୀ ସମ୍ମିଳନୀରେ ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ,ବଲାଙ୍ଗିର ବିଜେପିଦଳ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଗୋପାଳଜୀ ପାଣିଗ୍ରାହୀ ଏବଂ ବିଜେପିଦଳ ଜିଲ୍ଲା ସଭାପତି ମଞ୍ଚାସୀନ ଥିଲେ।ସଭିଏଁ ଦଳର ବଳ ଉପରେ ଅନେକ ବାହାସ୍ପୋଟ ସହ ବିଜେପି ଶାସନର ଦୁଇବର୍ଷର ପୂର୍ତ୍ତିରେ କରିଥିବା କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ।
ବିକଶିତ ଭାରତପାଇଁ ସରକାର କେନ୍ଦ୍ର ଓ ରାଜ୍ୟ ବଜେଟ ରେ ଉଲ୍ଲିଖିତ କରିଥିବା ସମସ୍ତ ବିବରଣୀ ମନ୍ତ୍ରୀ ରବି ନାୟକ ଗୋଟି ଗୋଟି କରି ଉପସ୍ଥାପନ କରିଥିଲେ।ଯେକୌଣସି ସରକାର ସମୟରେ ଅନ୍ୟ ଜିଲ୍ଲା ଅପେକ୍ଷା ବଲାଙ୍ଗିର ଜିଲ୍ଲା ମନ୍ତ୍ରୀ ବହୁଳ ଜିଲ୍ଲା ଭାବେ ପରିଗଣିତ।ବିଗତ ଦିନରେ ବଲାଙ୍ଗିର ଜିଲ୍ଲା ପଛୁଆ ଥିବାବେଳେ ଏବେ ମଧ୍ୟ ପଛୁଆ ଜିଲ୍ଲା ଭାବେ ପରିଗଣିତ ହେଉଛି।ସେ ବିଜେଡି ହେଉ କି କଂଗ୍ରେସ ହେଉ କି ବିଜେପି ହେଉ ଯେକୌଣସି ରାଜନୀତିକ ଦଳ ହେଉ ଜିଲ୍ଲାର ବିକାଶ ନାମରେ ଏ ଜିଲ୍ଲାର ସାଧାରଣ ଲୋକଙ୍କୁ ଠକି ଚାଲିଛନ୍ତି।
ବିକାଶ ନାମରେ ଡିଣ୍ଡୀମ ପିଟୁଥିବା ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାର ସଂଖ୍ୟାଧିକ ଗରିବ ଶ୍ରେଣୀ ର ଲୋକ ପେଟ ପାଇଁ ବାହାର ରାଜ୍ୟ କୁ ଦାଦନ ଭାବେ ଯାଇ ଧନ ଜନ ଜୀବନ ଯୌବନ ହରାଇ ଆସୁଛନ୍ତି।ସରକାର ବିଫଳ ହୋଇଛନ୍ତି ଦାଦନ ରୋକିବାରେ।ଦାଦନ ଯୋଗୁଁ ଚଳିତ ବର୍ଷ ୭୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମେଟ୍ରିକ୍ ପରୀକ୍ଷା ଦେବାରୁ ବଞ୍ଚିତ ଅଛନ୍ତି।ସରକାର ଏହା ଉପରେ କି ପଦକ୍ଷେପ ନେଇଛନ୍ତି ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ମନ୍ତ୍ରୀ ତାର ସଠିକ ଉତ୍ତର ରଖିପାରି ନ ଥିଲେ।ବର୍ଷ ବର୍ଷ ଧରି ନେତା ମାନେ ସମସ୍ୟା ବହୁଳ ଜିଲ୍ଲା ର ଅଗ୍ରଗତି ଉନ୍ନତି ବିଷୟରେ ଅନେକ ମନଲୋଭା ଭାଷଣଦେଇ ଜନସାଧାରଣଙ୍କ ପ୍ରିତିଭାଜନ ହୋଇ ପାରିଛନ୍ତି।ଜନସାଧାରଣ ମନ୍ତ୍ରୀଙ୍କ ମନ ମତାଣିଆ କଥାରେ ସନ୍ତୁଷ୍ଟହୋଇ କରତାଳିରେ ସମ୍ମାନ ଏବଂ ସ୍ବାଗତ ଜଣାଇଛନ୍ତି।
ଆଉ କେତେବର୍ଷ ବଲାଙ୍ଗିର ବିକାଶ ନାମରେ ନେତା ମାନଙ୍କ କଥାରେ ସଚେତନ ଜନସାଧାରଣ ଏଭଳି କରତାଳି ଦେଇ ନିଜ ମନ ବୁଝାଇବେ।ଯେତେଦିନ ପର୍ଯ୍ୟନ୍ତ ଜନସାଧାରଣ ନିଜର ଅଧିକାର ବିଷୟରେ ନ ଜାଣିବେ ସେତେଦିନ ପର୍ଯ୍ୟନ୍ତ ନେତା ଜନତା ଙ୍କୁ ଭାଷଣ ମାଧ୍ୟମରେ ଠକି ଚାଳିଥିବେ।ଚଳିତ ବଜେଟରେ ଉପର ଏବଂ ତଳ ସ୍ଥର ଲୋକଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଥିବା ବେଳେ ମଧ୍ୟବର୍ଗ ଲୋକଙ୍କପାଇଁ କୌଣସି ବ୍ୟବସ୍ଥା ନାହିଁ।ମଧ୍ୟବର୍ଗ ଲୋକଙ୍କ ଭୋଟ ବଳରେ ନେତା ନିର୍ବାଚିତ ହେଉଥିବା ବେଳେ ସରକାର ଏହି ଲୋକଙ୍କ ପାଇଁ ବଜେଟରେ କଣ ବ୍ୟବସ୍ଥା କରିଛନ୍ତି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।
ପଞ୍ଚାୟତିରାଜ ମନ୍ତ୍ରୀ କଥା ଛଳରେ ଅନେକ ଗୁରୁତର ବିଷୟ ଉପସ୍ଥାପନ କରିଥିଲେ।ନିଜ ଅଞ୍ଚଳର ସମସ୍ୟା କୁ ବାରମ୍ବାର ସରକାର ଙ୍କ ନିକଟରେ ଉପସ୍ଥାପନ କଲେ ନିଶ୍ଚିତ ଭାବେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟ ରେ ଉପସ୍ଥିତ ସମସ୍ତ ଙ୍କୁ ସୂଚାଇ ଦେଇଥିଲେ।ପରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ନାଗରିକ କମିଟି ନିର୍ବାଚନ ରେ ଜୟଯୁକ୍ତ ହୋଇଥିବା ସମସ୍ତ ସଦସ୍ୟ ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।
Recent Comments