logo
add image
ଡାଇମେନସନ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ । 

ଡାଇମେନସନ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ । 

ବୌଦ୍ଧ/୦୧/୩/୨୦୨୬/(ଆଧାର ମିଡ଼ିଆ)-ବୌଦ୍ଧ ଜିଲ୍ଲାର ଅଗ୍ରଣୀ ଘରୋଇ ଇଂରାଜୀ ମିଡିୟମ ସ୍କୁଲ ବ୍ରାଇଟ ମାଇଣ୍ଡ ଡାଇମେନସନର ୧୨ତମ ବାର୍ଷିକ ଉତ୍ସବ ସ୍କୁଲର ପ୍ରିନସିପାଲ ଶ୍ରୀ ବିନୟ କରଡ଼ିଆଙ୍କ ଅଧ୍ୟକ୍ଷତାରେ ଆଜି ବୌଦ୍ଧ ଟାଉନହଲ ସ୍ଥିତ ଭିକାରୀ କଳାମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଶ୍ରୀମତୀ ମଧୁସ୍ମିତା ଖଟେଇ ମାନବାଧିକାର କମିଶନ ସମ୍ପାଦକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଅନ୍ୟତମ ଅତିଥି ଭାବେ ଡ଼ଃ ସୁଶୀଲ କୁମାର ମହାନ୍ତି ମାନବାଧିକାର କମିଶନ ଉପଦେଷ୍ଟା କମଳକାନ୍ତ ସାହୁ ଡାଇମେନ୍ସନ ଏଜୁ କେସନ ଟ୍ରଷ୍ଟ ନିର୍ଦ୍ଦେଶକ,ବୌଦ୍ଧ ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା ଉପସ୍ଥିତ ଥିଲେ । ବ୍ରାଇଟ ମାଇଣ୍ଡ ଡାଇମେନସନ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଓ ପରେ ପରେ ସମସ୍ତ କୁନିକୁନି ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିବାବେଳେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏହି ବାର୍ଷିକ ଉତ୍ସବକୁ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ।

Recent Comments

Leave Comments

Top