କଟକ/୦୨/୨/୩/(ଆଧାର ମିଡ଼ିଆ)-ଆସନ୍ତା ଫେବୃଆରୀ ୮ ତାରିଖରେ ହେବାକୁ ଥିବା ମହିଳା ଦିବସ ଅବସରରେ ଆଜି କଟକ ଗ୍ରାମୀଣ ଜିଲ୍ଲା ବିଜେପି ଉପସଭାପତି ହିମାଂଶୁ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରସ୍ତୁତି ବୈଠକ ତାଙ୍କ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ଓଡ଼ିଶାରେ ଅବହେଳିତ ଅବସ୍ଥାରେ ଥିବା ସମୂହ ମହିଳା ତଥା ବିଭିନ୍ନ ବର୍ଗର ଥିବା ନିଷ୍ପେସିତ ଗୃହିଣୀ ମାନଙ୍କୁ କିପରି ଆର୍ଥିକ ସ୍ତରରେ କିଭଳି ମଜବୁତ୍ କରି ସମାଜର ଅନ୍ୟ ମହିଳାଙ୍କ ସହିତ ସମକକ୍ଷ କରାଇବା ଓ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ମାନଙ୍କ ପାଇଁ ଆସୁଥିବା ସ୍ବତନ୍ତ୍ର ଯୋଜ ନାକୁ କିପରି ସେମାନଙ୍କୁ ଅବଗତ କରାଇବା ସହ ସେହି ଯୋଜନାର ସଦୁପୋଯଗ କରି ମହିଳା ମାନଙ୍କୁ ଆତ୍ମନିର୍ଭର ଶୀଳ କରାଇ ସମାଜରେ ସେମାନଙ୍କୁ ଜଣେ ସ୍ବାବଲମ୍ବୀ ମହିଳା ଭାବେ ପରିଗଣିତ କରିବା ସମ୍ପର୍କରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ତେବେ ଏହି ପ୍ରସ୍ତୃତି ବୈଠକରେ ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀର ପାଖାପାଖି ୩୫ଖଣ୍ଡ ପଞ୍ଚାୟତରୁ ଶତାଧିକ ମହିଳା ଯୋଗ ଦେଇଥିଲେ।
Recent Comments