ବୌଦ୍ଧ/୬/୩/୨୦୨୬/(ଆଧାର ମିଡ଼ିଆ)-ବୌଦ୍ଧ ଆଦର୍ଶ ଥାନା ପରିସରରେ ଜିଲ୍ଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଆଜି ଭିଡିଓକନଭରେନ୍ସ ମାଧ୍ୟମରେ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱର ଠାରେ ଅଭାସି ଜରିଆରେ ଏହାକୁ ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଉପମୁଖ୍ୟମନ୍ତ୍ରୀ କନକ ବଦ୍ଧନ ସିଂଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ମନ୍ତ୍ରୀ ଓ ସାଂସଦ ଉପସ୍ଥିତ ଥିଲେ । ଏହି ଅବସରରେ ବୌଦ୍ଧ ଆଦର୍ଶ ଥାନା ପରିସରରେ ଏକ ସାଇବର ଓ ଅର୍ଥନୈତିକ ଥାନାର ଉଦଘାଟନ କରାଯାଇଥିଲା । ଏହାକୁ ଜିଲ୍ଲା ଆରକ୍ଷୀଅଧିକ୍ଷକ ରାହୁଲ ଗୋୟଲ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସଡିପିଓ ଲରେନ ରାଉତ, ଡିଏସପି ସସ୍ମିତା ଟେଟେ,ଅବକାରୀଅଧିକ୍ଷକ ଶାନ୍ତି ମାରାଣ୍ଡି,ସାଇବର ଥାନା ଅଧିକାରୀ ରଂଜିତ ମୁନୀ ପ୍ରମୁଖ ଉପସ୍ଥିତଥିଲେ ।
Recent Comments