ସିନାପାଲି/ନୂଆପଡା/୦୬ /୦୩ /୨୬/(ଆଧାର ମିଡ଼ିଆ /ରିପୋର୍ଟ-ହେରମ୍ବ ମେହେର)-ନୂଆପଡା ଜିଲ୍ଲା ସିନାପାଲି ଖଡ଼ିଆଳ ମୁଖ୍ୟରାସ୍ତାରେ ଥିବା ଗଣ୍ଡାବାହାଲି ଗ୍ରାମର ଦୁଇପାର୍ଶ୍ୱରେ ଜବରଦଖଲ କରି ଥିବା ଘରକୁ ଉଛେଦ କରାଯାଇଛି ଏହି ଉଚ୍ଛେଦ କାର୍ଯ୍ୟରେ ନୂଆପଡା ଉପ-ଜିଲ୍ଲାପାଳ,ସିନାପାଲି ତହସିଲଦାର,ଖଡ଼ିଆଳ ଉପଖଣ୍ଡ ପୋଲିସ ଅଧିକାରୀ ,ସିନାପାଲି ଥାନା ଅଧିକାରୀ,ଦୁଇଜଣ ସ୍ଵ-ଇନ୍ସପେକ୍ଟର ,ଚାରି ଜଣ ASI ,କନେଷ୍ଟବଳ ଙ୍କ ସମେତ ଦୁଇ ସେକ୍ସନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ.I ଏହି ଗ୍ରାମର ୪୧ ଜଣ ଜବର ଦଖଲ ଘର ତିଆରି କରି ରହିଥିବା ଘରକୁ ସିନାପାଲି ଖଡ଼ିଆଳ ମୁଖ୍ୟରାସ୍ତା ଅଣ ଓସାରିଆ କରିବା ପାଇଁ ଉଛେଦ କରାଯାଉଛି ବୋଲି ସ୍ଥାନୀୟ ତହସିଲଦାର ଉପାଞ୍ଜଳି ମାଝୀ ପ୍ରକାଶ କରିଛନ୍ତି ଅନ୍ୟ ପକ୍ଷ୍ୟେ ରାସ୍ତା କଡରେ ଦୋକାନ ବଜାର କରି ନିଜର ପରିବାର ର ଗୁଜୁରାଣ ମେଣ୍ଟାଉଥିବା ଗରିବ ପରିବାର କେମିତି ଚଲିବେ ଏ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି !
Recent Comments