ବଡ଼ବିଲ/କେନ୍ଦୁଝର/୦୮/୦୩/୨୦୨୬/(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ ସିହ୍ନା) ଯୋଡ଼ାବ୍ଲକ ବଲାଣୀ ପଞ୍ଚାୟତ ଅନ୍ତର୍ଗତ ଲସର୍ଦ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର କାରୁଆଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଲସର୍ଦ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହ କାର୍ଯ୍ୟକ୍ରମରେ ଧନୁର୍ଜୟ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଶ୍ରୀ ପ୍ରଭାତ କୁମାର ସାହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ୩୩ ବର୍ଷ କାର୍ଯ୍ୟକାଳର ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ |
ଧନୁର୍ଜୟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କମଳ ଲୋଚନ ପତି ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷକଙ୍କ କାର୍ଯ୍ୟ ଦକ୍ଷତା ବଖାଣିଥିଲେ | ଉତ୍ସବ ସମାରୋହରେ ବିଦ୍ୟାଳୟର ପରିଚାଳନା ସମିତିର ଚେୟାରପର୍ସନ ବିନୋଦ ମହାକୁଡ,ପୂର୍ବତନ ଚେୟାରପର୍ସନ ମନୋରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ଉନ୍ନତିରେ ଶିକ୍ଷକଙ୍କ ଅବଦାନ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ | କେନ୍ଦ୍ରାଧିନ ବଲାଣୀ ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁପାଇ ବାସ୍କେ,ଜନର୍ଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର ଦେହୁରୀ,ଦୁମିର୍ତା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ପ୍ରଧାନ,ଶଙ୍ଖଝର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ନାଏକ,ବଡଜଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ଚରଣ ମୁର୍ମୁ ,ବାଲାଗୋଡା ହାଇସ୍କୁଲର ଶିକ୍ଷକ ବିପିନ ହୋନହୋଗା ପ୍ରମୁଖ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା। ପରିଶେଷରେ ସହକାରୀ ଶିକ୍ଷକ ସୁରେନ୍ଦ୍ର ନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Recent Comments