logo
add image
ନାବାଳିକାକୁ ଦେଶ ବାହାରକୁ ଚାଲାଣ ଅଭିଯୋଗ.ଥାନାରେ ମାମଲା.

ନାବାଳିକାକୁ ଦେଶ ବାହାରକୁ ଚାଲାଣ ଅଭିଯୋଗ.ଥାନାରେ ମାମଲା.

ପିପିଲି/୮/୩/୨୦୨୬/(ଆଧାର ମିଡ଼ିଆ)-ବଳଙ୍ଗା ଥାନାପାର୍ଶ୍ଵ ଏକ ଗ୍ରାମରେ ଜଣେ ୧୪ବର୍ଷୀୟ ନାବାଳିକାକୁ କେତେଜଣ ବ୍ୟକ୍ତି ଦେଶବାହାରକୁ ଚାଲାଣ କରିବା ନେଇ ଏକ ରୁଦ୍ଧଘରୁ ଉଦ୍ଧାର କରାଯିବା ପରେ ପରିବାର ପକ୍ଷରୁ ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି. ବଳଙ୍ଗା ଥାନା ଅଧିକାରିଣୀ ସସ୍ମିତା ସାହୁ ଅଭିଯୋଗ ପାଇ ସତ୍ୟତା ଜାଣିବା ପରେ ମାମଲା ଆଗତକରି ତଦନ୍ତ ଚଳାଇଛନ୍ତି.
ସୂଚନା ଅନୁଯାଇ ଉକ୍ତ ଅଞ୍ଚଳର (୧୪) ବର୍ଷିଆ ନାବାଳିକା ୭ତାରିଖ ଦିବା ୧୨ ଘ.ସମୟ ଘରେ ନଥିବା ପରିବାର ଲୋକ ପାଇ ନଥିଲେ ।ପରିବାର ସଦସ୍ୟ ଖୋଜା ଖୋଜି ନପାଇବା ରୁ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲେ ସେହି ଗ୍ରାମର ଜଣେ ବ୍ୟକ୍ତି ଙ୍କ ଘରେ ତାଲା ପକାଯାଇ ରଖା ଯାଇଛି. ପରିବାର ସଦସ୍ୟ ଉକ୍ତ ଘରକୁ ଯାଇ ତାଲା ଖୋଲିବା ପରେ ଝିଅକୁ ପାଇ ଥିଲେ.ପରିବାର ଲୋକ ତାଲା ପକାଇବା ସମ୍ପର୍କରେ ପଚାରିବାରେ ତାଲା ପକାଇ ଥିବା ଆସାମୀ ମାନେ ଗାଳି ଗୁଲଜ କରି ଥିଲେ.ଯାହାକି ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି.
 

Recent Comments

Leave Comments

Top