ବୌଦ୍ଧ/୦୮/୦୩/୨୦୨୬/(ଆଧାର ମିଡ଼ିଆ)-ମହାନଦୀ ଆଳତି ଘାଟଠାରେ ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ଯୁବସେବା,ଓଡ଼ିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦ୍ଵିତୀୟ ଦିବସରେ ମହିଳାମାନେ ନିଜକୁ କିପରି ସୁରକ୍ଷା ରଖିବାର ବିଭିନ୍ନ ତାଲିମ ପାଇ ପାରିବେ ସେ ଉପରେ କରିସ୍ମା ବେହେରା,ସୁପ୍ରିୟା ଦେହୁରୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ,ସମ୍ମାନୀତ ଅତିଥି ଭାବେ ତହସିଲଦାର ଅନିତା କୁମାରୀ ସାହୁ, ଡେପୁଟି କଲେକ୍ଟର ତଥା ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁ, ଡେପୁଟି କଲେକ୍ଟର ପରିପୂର୍ଣା ଦେବୀ,ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରିକl ଦତ୍ତ,ସୁରକ୍ଷା ଅଧିକାରୀ ସନ୍ତୋଷିନୀ ଭୋଇ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ ଆତ୍ମସୁରକ୍ଷା ପାଇଁ ସମସ୍ତେ ନିଜ ନିଜ ଭିତରେ ଆତ୍ମ ବିଶ୍ୱାସ ଜାଗ୍ରତ କରିବା ଉଚିତ ବୋଲି ମତବ୍ୟକ୍ତ କରିବା ସହିତ ଛାତ୍ରୀ ତଥା ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ l
କାର୍ଯ୍ୟକ୍ରମରେ ସରକାରୀ ଓ ବେସରକାରୀ ଅନୁଷ୍ଠାନର ମହିଳା ଓ ଛାତ୍ରୀମାନେ ଯୋଗଦାନ କରିଥିଲେ lଏହିଉପଲକ୍ଷେ ଯୋଗ ପ୍ରଶିକ୍ଷକ ଲଳିତା ଅଗ୍ରୱାଲ,ପ୍ରଜ୍ଞl ଦାଶ, ନମିତା ଅମାତ ଏବଂ ନିଜକୁ ରକ୍ଷା କରିବାର ଜ୍ଞାନ କୌଶଳ ପ୍ରଶିକ୍ଷକ ସୁପ୍ରିୟା ଦେହୁରୀ,କରିସ୍ମା ବେହେରା ଙ୍କୁ ଉତ୍ତରୀୟ, ଅର୍ଥ ରାଶି ଏବଂ ଗଛ ଟିଏ ଦେଇ ସମ୍ବର୍ଦ୍ଧିତ କରିଥିଲେ ଅତିଥି ବୃନ୍ଦ l ଏହି ଶିବିର କୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପରିଚାଳନା କରିଥିବା ବେଳେ ଡେପୁଟି କଲେକ୍ଟର ତଥା ଜ଼ିଲ୍ଲା କ୍ରୀଡା ଅଧିକାରୀ ଜ୍ୟୋତି ରଞ୍ଜନ ଭୁଏ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଆସନ୍ତାକାଲି ସକାଳ ୬ଘ.୩୦ ମିନିଟ ସମୟରେ ଷ୍ଟାଡିୟମ୍ ପଡିଆ ଠାରେ ଶକ୍ତି ପଦଯାତ୍ରା ଅନୁଷ୍ଠିତ ହେବ l ଏହି ଉପଲକ୍ଷେ ମାରାଥନ ଗଣଦୌଡ଼ ଅନୁଷ୍ଠିତ ହେବ l
Recent Comments