logo
add image
ତିଖାଲି ଡ୍ୟାମ ଲୋକମହୋତ୍ସବ-୨୦୨୬ ପାଳନନେଇ ସାମ୍ବାଦିକ ସମ୍ମିଳନୀ

ତିଖାଲି ଡ୍ୟାମ ଲୋକମହୋତ୍ସବ-୨୦୨୬ ପାଳନନେଇ ସାମ୍ବାଦିକ ସମ୍ମିଳନୀ

ଖଡିଆଳ/୧୧/୦୩/୨୦୨୬/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତିଖାଲି ଶିବମନ୍ଦିର ପରିସର ମଧ୍ୟରେ ଖଡିଆଳ ତିଖାଲି ଡ୍ୟାମ ଲୋକ ମହୋତ୍ସବ-୨୦୨୬ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାର୍ଚ୍ଚମାସ ୧୩, ୧୪ ଓ ୧୫ ତାରିଖ ତିନିଦିନ ବ୍ୟାପି ଏହି ଲୋକ ମହୋତ୍ସବ ପାଳିତ ହେବାକୁ ଥିବାବେଳେ ଅଞ୍ଚଳର ଲୋକ କଳା, ସାହିତ୍ୟ, ସଂସ୍କୃତି ଓ  ସହିତ ଏହି ଡ୍ୟାମରେ ବିସ୍ଥାପିତ ହୋଇଥିବା ସମସ୍ତ ଗ୍ରାମବାସୀଙ୍କ ବଳିଦାନକୁ ମନେ ପକାଇବା ପାଇଁ ଆହ୍ବାନ କରିଥିଲେ।
ବିସ୍ଥାପିତଙ୍କ ବଳିଦାନ ସତରେ ଅନେକ ଅଞ୍ଚଳ ମରୁଡି ସମସ୍ୟା ମୁକ୍ତହୋଇ ସବୁଜ ବିପ୍ଳବରେ ପରିଣତ ହୋଇଛି। ସାମ୍ବା ଦିକଙ୍କ ପ୍ରସ୍ତାବ ମହୋତ୍ସବ ଅନୁଷ୍ଠିତ ହେଉଥିବା ପଡିଆକୁ ଲୋକମହୋତ୍ସବ ପଡିଆର ମାନ୍ୟତା ଏବଂ ନାମକରଣ କରି ପ୍ରତ୍ୟେକ ବର୍ଷ ମହୋତ୍ସବ ହେବାକୁ ଆହ୍ବାନ କରିଥିଲେ। ଅଞ୍ଚଳର ଅନେକ ପ୍ରତିଭା ସହ ଗ୍ରାମର ଝାଙ୍କର,ପୁଝାରୀ ଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ପାଳନ କମିଟି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି। ସମ୍ମିଳନୀରେ ଖଡିଆଳ ବ୍ଲକ ଉପାଧ୍ୟକ୍ଷ ତଥା ମହୋତ୍ସବ ପାଲନ କମିଟିର ସଭାପତି ଗୌତମ ତାଣ୍ଡି ଅଧ୍ୟକ୍ଷତା କରି ତିଖାଲି ମହୋତ୍ସବର ପୁଙ୍ଖାନୁପୁଙ୍ଖ ବିଷୟ ଉପରେ ସାମ୍ବାଦିକ ମାନଙ୍କୁ ଅବଗତ କରାଇଥିଲେ।
ସାଧାରଣ ସମ୍ପାଦକ ପରମେଶ୍ବର ବାରିକ ସ୍ବାଗତ ଅଭିଭାଷଣ ସହିତ ଶାନ୍ତି ଶୃଙ୍ଖାଲା କେମିତି ରହିବ ଓ ନୂଆପଡା ଏସପି ଙ୍କ ନିର୍ଦ୍ଦେଶରେ ଖଡିଆଳ ଏସଡିପିଓ ମହୋତ୍ସବ ପଡିଆ କୁ ଆସି ତନଖି ଥିବା ସହିତ ଶାନ୍ତି ଶୃଙ୍ଖଳା ପାଇଁ କଡା ସୁରକ୍ଷା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବିଷୟ ଉପରେ ସାମ୍ବାଦିକ ମାନଙ୍କୁ ସୂଚନା ରଖିଥିଲେ। ସଭାରେ ମହୋତ୍ସବ କମିଟିର ଉପ ସଭାପତି ତ୍ରୟ ରମେଶ ଠାକୁର,ଦଶମୁ ବେହେରା ଓ ଶ୍ୟାମ ସୁନ୍ଦର କୁଲଦୀପ,ସଙ୍ଗଠକ ସାମ୍ବ କୁମାର ସରାଫ,କୋଷାଧ୍ୟକ୍ଷ ବାପୀନା ସାହୁ, ସାଂସ୍କୃତିକ ମୁଖ୍ୟ ତଥା ପରାମର୍ଶ ଦାତା ମୋତିଲାଳ ବାଗ, ପରାମର୍ଶ ଦାତା ତଥା ବରିଷ୍ଠ ସାମ୍ବାଦିକ କୁନୁ କରୁଆଁ ମାଞ୍ଚାସିନ ରହି ମହୋତ୍ସବର ବିଭିନ୍ନ ବିଷୟ ବସ୍ତୁ ଉପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ।। କାର୍ଯ୍ୟକ୍ରମରେ ସହ ସମ୍ପାଦକ ହେରାମ୍ୱ ଶବର, କୁନାଲ ଚରଣ ବେହେରା, ନରେଶ ମହାରଥା,ସହ ସଙ୍ଗଠକ ଖିରୋଦଚନ୍ଦ୍ର ବେହେରା,କୁନାଲ ବେହେରା,ସୁନିଲ କୁମାର ଶବର,ବାସୁଦେବ ତାଣ୍ଡି ଥବିର ମଙ୍ଗରାଜ,ଦେବ କୁମାର ବେହେରା, ନରହରୀ ବେହେରା, ଚିତଦେବ ବେହେରା,ବିରଞ୍ଚି ବେହେରା, ସାନୁର୍ୟ୍ଯ ବେହେରା, ଜୟକୃଷ୍ଣ ହଂସ, ପରମେଶ୍ବର ପଟେଲ, ବିକି କୁଲଦୀପ, ସରପଞ୍ଚ ଜିତୁ କୁମାର, ସରପଞ୍ଚ କୁନୁ ଚରଣ ବେହେରା, ଅନ୍ତ ମାଝୀ, ଚିତ୍ରସେନ ମାଝୀ, ଏକଲବ୍ୟ ବେହେରା, ପୂର୍ଣ୍ଣ ଚନ୍ଦ୍ର ବେହେରା, ଗରୁଡ ବେହେରା, ଜନାର୍ଦ୍ଦନ ବେହେରା, ବାପି ବେହେରା, ଗୁର୍ଜୁ ବେହେରା, ଦେବରାଜ ମାଝୀ , ନୃତ୍ୟ ଗୁରୁ ଧର୍ମେଶ ମେହେର ସମେତ ବହୁ ସଂଖ୍ୟାରେ ମହୋତ୍ସବ କମିଟିର ସଦସ୍ୟ ସମେତ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଓ ଛାପା ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Recent Comments

Leave Comments

Top