ବିନିକା/ସୁବର୍ଣ୍ଣପୁର/୧୧/୦୩/୨୦୨୬/(ଆଧାର ମିଡ଼ିଆ)-ଆଜି ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ବିନିକାବ୍ଲକରେ ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ବିନିକା ବ୍ଲକର ଚନ୍ଦ୍ରମା ହୋଟେଲରେ ଓ ଅପରାହ୍ନ ୩.୦୦ ଘଟିକା ସମୟରେ ମହିଳାଙ୍କ ଅଧିକାର ଓ ମହିଳାଙ୍କ ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଗୁଡ଼ିକ ଉପରେ ଲିଗାଲ ବା ନ୍ୟାୟିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଭୟ ସଚେତନତା କାର୍ଯ୍ୟକ୍ରମରେ ଓଡ଼ିଶା ମହିଳା କମିଶନର ସଦସ୍ୟା ଶ୍ରୀମତି ମୁକ୍ତା ସାହୁଙ୍କ ଅଧ୍ୟକ୍ଷତାରେ ଉଭୟ ବ୍ଲକର ଅଙ୍ଗନବାଡ଼ି କର୍ମୀ,ସହାୟିକା,ମହିଳା ସ୍ଵୟଂ ସହାୟକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ଓ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଅଞ୍ଜଳିନା ପ୍ରଧାନ,ବିନିକା ବ୍ଲକର ସଚେତନତା କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବେଳେ ସୋନପୁର ବ୍ଲକର ସଚେତନତା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ,ସୁବର୍ଣ୍ଣପୁର, ରାଜେନ୍ଦ୍ର ମାଝୀ ଯୋଗଦାନ କରିଥିଲେ। ଏତଦବ୍ୟତୀତ ଉଭୟ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ବୀଣାପାଣି ମିଶ୍ର, ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ, ସଂପୃକ୍ତ ସମ୍ୱନ୍ଵିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀମାନଙ୍କ ସହିତ ମହିଳା ପରିଦର୍ଷିକା ମାନେ ଉପସ୍ଥିତ ଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମରେ ସଚେତନ କରାଇବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଚତୁର୍ଭୁଜ ଦାଶ, ଆଇନଜିବି ତଥା ଯୁବିନାଇଲ ଜଷ୍ଟିସ ବୋର୍ଡ, ସୁବର୍ଣ୍ଣପୁର ର ସଦସ୍ୟ, ଏଲ୍.ସି.ସି ର ଅଧ୍ୟକ୍ଷା ଶ୍ରୀମତି ରଞ୍ଜିତା ନେଗି, ସହକାରୀ ପି.ପି,ଶ୍ରୀମତି ପ୍ରଣତି କୁମ୍ଭାର, ଭାରପ୍ରାପ୍ତ ଥାନା ଅଧିକାରୀ, ବିନିକା ଥାନା, RARE ବେସରକାରୀ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ଅନଙ୍ଗ ନେଗୀ ସମସ୍ତଙ୍କୁ ମହିଳା ଅଧିକାର ଉପରେ ନ୍ୟାୟିକ ବା ଲିଗାଲ ଓ ମହିଳାଙ୍କ ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଉପରେ ସଚେତନ କରାଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ସୋନପୁର ପୌର ପରିଷଦ ଅଧ୍ୟକ୍ଷା, ଶ୍ରୀମତି ତାମସି ତାମସ୍ମିତା ନାୟକ ଓ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ଉଷା କୁମାରୀ ଉପସ୍ଥିତ ରହି ସେମାନଙ୍କ ବକ୍ତବ୍ୟ ଉପସ୍ଥାପନ ପୂର୍ବକ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଦ୍ଵାରା ଆୟୋଜନ କରାଯାଇଥିଲା।
Recent Comments