logo
add image
ଟେବୁଲ ଚୋରିକରି ଦୁଇ ଜେଲଗଲେ.

ଟେବୁଲ ଚୋରିକରି ଦୁଇ ଜେଲଗଲେ.

ପିପିଲି/୧୩/୩/୨୦୨୬/(ଆଧାର ମିଡ଼ିଆ)-ବଳଙ୍ଗା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଲୁହା ଟେବୁଲ୍ ଚୋରୀ କରିବା ଅଭିଯୋ ଗରେ ବଳଙ୍ଗା ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେଲେ ଏହି ଥାନା ଅନ୍ତର୍ଗତ କୋଠସାହି ଗ୍ରାମର ରାଜେଶ ପାତ୍ର ଓ ଅନ୍ୟଜଣେ ହେଲେ ତରଜଙ୍ଗ ଗ୍ରାମର ରଞ୍ଜନ କାଣ୍ଡି ବୋଲି ପୋଲିସ ସୂଚନା ଦେଇଛି।
ସୁଚନା ମୁତାବକ ଗତ ମଙ୍ଗଳବାର ବିଳମ୍ୱିତ ରାତିରେ ଅଭିଯୁକ୍ତ ମାନେ ମେଡ଼ିକାଲ ପରିସରରେ ଥିବା ପୁରୁଣା ଗୃହରେ ଥିବା ଲୁହା ଟେବୁଲକୁ ଚୋରୀ କରିନେଇଥିଲେ। ଏ ସମ୍ପର୍କରେ ସ୍ଵାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଫାର୍ମାସିଷ୍ଟ ସନ୍ତୋଷ କୁମାର ପଣ୍ଡାଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା ବେଳେ ଏହି ଘଟଣାରେ ଅଭିଯୁକ୍ତ ମାନଙ୍କ ସମ୍ପୃକ୍ତି ରହିଥିବା ନେଇ ଥାନା ଅଧିକାରୀଣି ସସ୍ମିତା ସାହୁଙ୍କୁ ସୁଚନା ମିଳିଥିଲା।  ସୁଚନା ଆଧାରରେ ଗୁରୁବାର ରାତିରେ ପୋଲିସ ଟିମ ଅଭିଯୁକ୍ତ ମାନଙ୍କୁସେମାନଙ୍କ ଗ୍ରାମରୁ ଗିରଫକରି ସେମାନଙ୍କ ନିକଟରୁ ଚୋରୀ ଟେବୁଲକୁ ଜବତ କରାଯାଇଥିଲା।
 

Recent Comments

Leave Comments

Top