logo
add image
ଦନ୍ତାହାତୀ ହାବୁଡ଼ରେ ପଡି ୩ ଯୁବକଙ୍କ ମୃତ୍ୟୁ:୫୦ ଲକ୍ଷଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନପାଇଁ ଦାବୀ 

ଦନ୍ତାହାତୀ ହାବୁଡ଼ରେ ପଡି ୩ ଯୁବକଙ୍କ ମୃତ୍ୟୁ:୫୦ ଲକ୍ଷଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନପାଇଁ ଦାବୀ 

ବାଲିଗୁଡା/୧୪/୦୩/୨୦୨୬/:(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ପାବୁରିଆରେ ଦନ୍ତାହାତୀ ଆକ୍ରମଣରେ ଜଣେ ଯୁବକ ମୃତ ହୋଇଥିବା ଜଣାପଡିଛି। ତେବେ ସେହିପରି ରାଇକିଆ ବ୍ଲକର ପେଟାପାଙ୍ଗା ଗ୍ରାମପଂଚାୟତ ଡାମ୍ବା ଗ୍ରାମରେ ମଧ୍ୟ ଶୁକ୍ରବାର ରାତ୍ରିରେ ହାତୀ ଆକ୍ର ମଣରେ ଦୁଇଜଣଙ୍କ ମୃତ୍ୟୁ ଘଟିଥୂବା ବେଳେ ଆଜି ଶନିବାର ପ୍ରତ୍ୟୁଷରେ ଟିକାବାଲି ବ୍ଲକ ପାବୁରିଆ ଗ୍ରାମପଞ୍ଚାୟତ ତେନ୍ତୁଳୀ ସାହି ଗ୍ରାମର ଜଣେ ଯୁବକଙ୍କ ସିନ୍ଦୁରପାଙ୍ଗା ଠାରେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସହିତ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ମୃତକ ମାନେହେଲେ ପେଟାପାଙ୍ଗା ନିକଟସୁ ଡାମ୍ବା ଗ୍ରାମର ବାମଦେବ ପ୍ରଧାନ (୬୩), କୀର୍ତନ ବଗର୍ଷି (୭୦) ଓ ପାବୁରିଆ ସ୍ଥିତ ତେନ୍ତୁଳୀ ସାହି ଗ୍ରାମର ଦୁହିତ ପ୍ରଧାନ (୨୭) ବୋଲି ଜଣାପଡ଼ିଛି। ଘଟଣା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ଡାମ୍ବା ଗ୍ରାମର ତିନିଜଣ ବ୍ୟକ୍ତି ସନ୍ଧ୍ୟା ସମୟରେ ନିକଟସ୍ଥ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଫେରୁଥି ବା ବେଳେ ଦନ୍ତାହାତୀ ସମ୍ମୁଖରେ ପଡ଼ିଥିଲେ । ଏହି ସମୟରେ ହାତୀ ଦୁଇଜଣଙ୍କୁ କଚାଡି ମାରିଥିଲା। ଅନ୍ୟ ଜଣେ ସେଠାରୁ ଦୌଡ଼ିଆସି ଗ୍ରାମବାସୀଙ୍କୁ ଜଣାଇଥୂଲା।ସେହିପରି ପାବୁରିଆ ଗ୍ରାମର ତିନିଜଣ ବ୍ୟକ୍ତି ଆଜି ସକାଳୁ ୪ ଟା ସମୟରେ ନିକଟସୁ ସିନ୍ଦୁର ପାଙ୍ଗା ଜଙ୍ଗଲକୁ ହଳଦୀ ଖୋଳିବା ପାଇଁ ଯାଇ ହାତୀ ହାବୁଡ଼ରେ ପଡ଼ି ଥିଲେ।ଏହି ସମୟ ରେ ସାଙ୍ଗରେ ଥିବା ଦୁଇଜଣ ଯୁବକ ସେଠାରୁ ଦୌଡ଼ି ପଳାଇ ଆସିଥିଲେ। ଘଟଣା ପରେ ଗ୍ରାମବାସୀ ପରିବାର ପକ୍ଷରୁ କ୍ଷତି ପୂରଣ ୫୦ ଲକ୍ଷ ଟଙ୍କା ଦାବୀ କରିଛନ୍ତି । ଘଟଣା ସ୍ଥଳରେ ବନ ବିଭାଗ ଓ ଦୁଇଟି ଥାନାର ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ ସାରଙ୍ଗ ଗଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ନଂ୦୩/୨୬ ରୁଜୁ କରି ତଦନ୍ତ ଭାର ଏଏସଆଇ ଚତୁର୍ଭୁଜ ମଲ୍ଲିକ ଗ୍ରହଣ କରିଥିବା ଥାନା ଅଧିକାରୀ ସ୍ମିତା ଜେନା ପ୍ରକାଶ କରିଛନ୍ତି।

Recent Comments

Leave Comments

Top