ପିପିଲି/୧୫/୩/୨୦୨୬/(ଆଧାର ମିଡ଼ିଆ)-ବଳଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମରେ ସ୍ନାନ କରୁଥିବା ସମୟରେ ଜଣେ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଥାନା ଆଇ ଆଇ ସି ସସ୍ମିତା ସାହୁ ଅଭିଯୋଗକୁ ଗ୍ରହଣ କରି ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛନ୍ତି । ସୁଚନା ମୁତାବକ ଯୁବତୀ ଜଣଙ୍କ ଗାଁ ଦାଣ୍ଡରେ ଥିବା ନଳକୁପରେ ସ୍ନାନ ହେଉଥିବା ବେଳେ ଏହି ଥାନା ଅନ୍ତର୍ଗତ ବନ୍ଧପଡ଼ା ଗ୍ରାମର ଆଲୋକ ସ୍ୱାଇଁ ନାମକ ଜଣେ ଯୁବକ ପଛପଟୁ ଆସି ଯୁବତୀଙ୍କୁ ଅସଦାଚରଣ କରିଥିଲା । ଯୁବତୀ ଜଣକ ପାଟି କହିବାରୁ ଆଲୋକ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲା ବୋଲି ଯୁବତୀ ଜଣକ ଥାନାରେ କରୁଥିବା ଅଭିଯୋଗରେ ଦର୍ଶାଇଛନ୍ତି।
Recent Comments