logo
add image
ସତ୍ୟନାରାୟଣ ବିଦ୍ୟାପୀଠର ୨୦୦୨ ବ୍ୟାଚର ବନ୍ଧୁମିଳନ 

ସତ୍ୟନାରାୟଣ ବିଦ୍ୟାପୀଠର ୨୦୦୨ ବ୍ୟାଚର ବନ୍ଧୁମିଳନ 

କାକଟପୁର/୨୦/୩/୨୦୨୬/(ଆଧାର ମିଡ଼ିଆ-ତୁଷାର ଦୀକ୍ଷିତ)-ପୁରୀଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ଶୁକପାଖରୀ ସତ୍ୟନାରାୟଣ ବିଦ୍ୟାପୀଠର ୨୦୦୨ ମସିହା ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସୁଧୀର, ଧନଞ୍ଜୟ, ମୋହନ ଏବଂ କାର୍ତ୍ତିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବନ୍ଧୁମିଳନ କାର୍ଯ୍ୟକ୍ରମ ରାମଚଣ୍ଡୀଙ୍କ ପୀଠରେ ଏକ ଭବ୍ୟ ଓ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଛାତ୍ରଛାତ୍ରୀ ମାନେ ସେମାନଙ୍କର ପରିବାର ସହିତ ଯୋଗଦେଇ ଭାବ ଆଦାନ ପ୍ରଦାନ କରି ଅନେକ ଖୁସି ସାଉଁଟିଥିବାବେଳେ ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ ସାଙ୍ଗକୁ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବାପାଇଁ ଶପଥ ନେଇଥିଲେ ଲ
 ଅତୀତର ସ୍କୁଲ ଜୀବନର ସ୍ମୃତିକୁ ମନେ ପକାଇବା ସହିତ ଦିବଂଗତ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରି ସମସ୍ତ ଛାତ୍ରଛାତ୍ରୀ ମାନେ ବେଶ ଭାବବିହ୍ଵଳ ହୋଇଥିଲେ lଏହି କାର୍ଯ୍ୟକ୍ରମକୁ ଅଶୋକ,ମାଗୁ, ଲୁନିପ୍ରିୟା, ଭାଗ୍ୟବତୀ,ବନିତା,ରାଲି,ଲଷ୍ମୀପ୍ରିୟା, ଅନିତା, ଜ୍ୟୋତିର୍ମୟୀ ପ୍ରମୁଖ ପରିଚାଳନା କରିଥିଲେ l ଶେଷରେ ସମସ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ମାନଙ୍କ ନିମନ୍ତେ ଏକ ନୈଶ୍ୟ ଭୋଜିର ଆୟୋଜନ ହୋଇଥିଲା l

Recent Comments

Leave Comments

Top