logo
add image
ସାମାଜିକ ସଦଭାବନା ନେତୃତ୍ୱ ସମୂହ ବୈଠକ 

ସାମାଜିକ ସଦଭାବନା ନେତୃତ୍ୱ ସମୂହ ବୈଠକ 

ବାଲିଗୁଡା/୨୧/୦୩/୨୦୨୬/(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସାମାଜିକ ସଦଭାବନା ନେତୃତ୍ୱ ସମୂହ ବୈଠକ ଅନୁଷ୍ଠିତ ହୋଇଥିଲା l ବ୍ୟବସ୍ଥା ପ୍ରମୁଖ ପିଣ୍ଟୁ ପ୍ରଧାନୀ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରି ଭାରତ ମାତାଙ୍କ ଫୋଟଚିତ୍ର ନିକଟରେ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ପୁଷ୍ପଗୁଚ୍ଛ ଦେଇ ବୈଠକ ଆରମ୍ଭ ହୋଇଥିଲା l ଖଣ୍ଡ ଶାରୀରିକ ପ୍ରମୁଖ ବିବେକାନନ୍ଦ ବାଡତ୍ୟା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ଯୋଗଶିକ୍ଷକ ଗୌରଚନ୍ଦ୍ର ନାୟକ ବ୍ୟକ୍ତିଗତ ଗୀତଗାନ କରିଥିଲେ ଏବଂ ଖଣ୍ଡ କାର୍ଯ୍ୟବାହକ ବୁଲୁ ମଲିକ ଉପସ୍ଥିତ ସମସ୍ତ ଜାତି ମୁଖ୍ୟ ମାନଙ୍କୁ ନିଜ ନିଜ ପରିଚୟ ପ୍ରଦାନ କରିବା ପାଇଁ କହିଥିଲେ l
ଜିଲ୍ଲା ପରିଯୋଜନା ସଂଯୋଜକ ଜୟସେନ ପ୍ରଧାନ ପୁଣ୍ୟ ଭୂମି ଭାରତ ଉପରେ ନିଜର ବୌଦ୍ଧିକ ରଖିଥିଲେ l ଜିଲ୍ଲା ଧର୍ମ ଜାଗରଣ ସଂଯୋଜକ ଗୁରୁରାମ ପାତ୍ର କୁଟୁମ୍ବ ପ୍ରବୋଧ, ପର୍ଯ୍ୟବରଣ, ନାଗରିକ କର୍ତ୍ତବ୍ୟ, ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପୂର୍ବ ପୁରୁଷ ମାନେ କେମିତି ନିଜ ପରିବାର ଵର୍ଗକୁ ସମୟ ଦେଉଥିଲେ। କେମିତି ବାପା ମାଆ ମାନଙ୍କୁ ସେବା କରୁଥିଲେ ସେ ସମ୍ପର୍କ ରେ ସମ୍ୟକ ଆଲୋଚନା କରିଥିଲେ । ଜିଲ୍ଲା ସଦ୍ ଭାବନା ସଂଯୋଜକ ବିରେନ୍ଦ୍ର ପ୍ରଧାନ ସାମାଜିକ ସମରସତା, ସ୍ୱ -ବୋଧ , ପର୍ଯ୍ୟବରଣ, ନାଗରିକ କର୍ତ୍ତବ୍ୟ ଉପରେ ନିଜର ବୌଦ୍ଧିକ ରଖିଥିଲେ । ଆଗାମୀ ଦିନରେ କେମିତି ପଲିଥିନ ମୁକ୍ତ ହେବ ,କଣ କଲେ ସବୁଜ ଜଙ୍ଗଲ ରକ୍ଷା ,ସଂସ୍କୃତି ଭାଇଚାରା ବଜାଇ ରଖିବା ପାଇଁ ସଚେତନ କାର୍ଯ୍ୟକ୍ରମ କରିବା ବୋଲି ମାର୍ଗଦର୍ଶନ କରିଥିଲେ । ଆମ ନାଗରିକ ମାନଙ୍କର କର୍ତ୍ତବ୍ୟ କଣ ଓ ପଞ୍ଚ ପରିବର୍ତ୍ତନ ଉପରେ ଆଲୋଚନା କରିଥିଲେ। ଶେଷରେ ଖଣ୍ଡ ସାମାଜିକ ସଦ୍ ଭାବନା ସଂଯୋଜକ ନକୁଳ ମଲିକ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି  ସାମୁହିକ ଶାନ୍ତି ପାଠ କରି ସଭା ସାଙ୍ଗ କରିଥିଲେ  l

Recent Comments

Leave Comments

Top