ପୁରୀ/୨୫/୩/୨୦୨୬/(ଆଧାର ମିଡ଼ିଆ)-ଆଜି ପୂର୍ବାହ୍ନରେ ଶ୍ରୀ ଶ୍ରୀ ମା ଲକ୍ଷ୍ମୀ ମନ୍ଦିର ଓ ଶ୍ରୀ ବଳରାମ ଦାସ ଗାଦି ଶିଳାନ୍ୟାସ ଉତ୍ସବ ଗୋପ ବ୍ଲକ ବେଦପୁର ପଞ୍ଚାୟତ ଅଧିନସ୍ଥ ବଳରାମ ଦାସ ଗାଦି ଠାରେ ଅନୁଷ୍ଠିତ ହୋଇ ଥିଲା।ଏଥିରେ ଯୋଗଦେଇ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲୋକ ମାନଙ୍କର ଅନେକ ଦିନର ଆଶା ପୂରଣ ହେବାକୁ ଯାଉଛି ବୋଲି କହିଥିଲେ।
ଭକ୍ତକବି ବଳରାମ ଦାସ ଜଣେ କବି,ସାଧକ ବା ଭକ୍ତ ଭାବେ ଯେତିକି ପରିଚିତ,ତାଙ୍କ ରଚିତ ଲକ୍ଷ୍ମୀ ପୁରାଣରେ ସମାଜ ସଂସ୍କାର,ଛୁଆଁ ଅଛୁଆଁ ବିରୋଧ ଓ ମହିଳା ସଶକ୍ତିକରଣର ଚିତ୍ର ବେଶ ପରିସ୍ପୁଟ।ସେ ଥିଲେ ଭକ୍ତି ଆନ୍ଦୋଳନର ପ୍ରବକ୍ତା।ଭକ୍ତ ଯୁଗର ପଞ୍ଚସଖାଙ୍କ ମଧ୍ୟରେ ବଳରାମ ଥିଲେ ଅନ୍ୟତମ।ନିଜର ଭକ୍ତି,ସମର୍ପଣ ଦ୍ଵାରା ବଳରାମ ମହାପ୍ରଭୁ ଜଗନ୍ନାଥ ଓ ମା ଲକ୍ଷ୍ମୀଙ୍କୁ ଏକତ୍ର ଏହି ପୀଠରେ ଦର୍ଶନ କରିଥିଲେ ବୋଲି ଏହାକୁ ଗୁପ୍ତ ଶ୍ରୀକ୍ଷେତ୍ର ବୋଲି ମଧ୍ୟ କୁହାଯାଏ।ଲକ୍ଷ୍ମୀ ପୁରାଣ ଆମ ଓଡ଼ିଆ ସଂସ୍କୃତି,ପରମ୍ପରା ଓ ଐତିହ୍ୟ ର ପ୍ରତୀକ।୨୮ କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ ହେବ ବୋଲି କହିବାସହ ଏହି ମନ୍ଦିର ପ୍ରତିଷ୍ଠା ଦ୍ଵାରା ପର୍ଯ୍ୟଟନ କ୍ଷେତ୍ର ଅଧିକ ସମୃଦ୍ଧ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।
ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ମା ଲକ୍ଷ୍ମୀ କରିଡର ଟି ଭବ୍ୟ ହେବା ସହ ଏହି ଅଞ୍ଚଳର ବିକାଶରେ ସହାୟକ ହେବ। ପର୍ଯ୍ୟଟନର ବିକାଶ ଆମ ରାଜ୍ୟକୁ ଶୀର୍ଷରେ ପହଞ୍ଚାଇବା ସହ ବିକଶିତ ଓଡିଶା ଓ ବିକଶିତ ରାଷ୍ଟ୍ରର ସ୍ବପ୍ନକୁ ପୂରଣ କରିବବୋଲି ସେ କହିଥିଲେ।ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ଏହି ମନ୍ଦିର ନିର୍ମାଣ ପାଇଁ ପ୍ରଶାସନିକ ଅନୁମତି ସହ ଅର୍ଥ ବ୍ୟବସ୍ଥା ହୋଇସାରିଛି ,୧୮ମାସ ମଧ୍ୟରେ ଏହା ପୂର୍ଣ୍ଣାଙ୍ଗ ହେବବୋଲି କହିଥିଲେ। ପଦ୍ମଶ୍ରୀ ପ୍ରଭାକର ମହାରଣା ଯିଏକି ଏହି ମନ୍ଦିରର ମୁଖ୍ୟ ସ୍ଥପତି ଅଛନ୍ତି ମନ୍ଦିର ନିର୍ମାଣ ଦାୟିତ୍ୱ ତାଙ୍କୁ ମିଳିଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଇଣାଇଥିଲେ।କାର୍ଯ୍ୟକ୍ରମ ରେ ଗୋପ ବ୍ଲକ ଉପାଧ୍ୟକ୍ଷ ବନ ରଞ୍ଜନ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ ଓ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉପ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅବିନାଶ ରାଉତ,ପୁରୀ ଅତିରିକ୍ତ ଜିଲ୍ଲାପାଳ ନିଳମାଧବ ଭୋଇ, ଗୋପ ବିଡିଓ ସୂର୍ଯ୍ୟ କାନ୍ତ ଦାଶ, ଅଧୀକ୍ଷଣ ଯନ୍ତ୍ରୀ ସୁନିଲ ବେହେରା,ସୁଧୀର ମହାନ୍ତି ଓ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ।
Recent Comments