logo
add image
ପୁରୀରେ ବୃତ୍ତିଭିତ୍ତିକ ପରାମର୍ଶ ଓ ଅଭିଭାବକଙ୍କ ଦାୟିତ୍ୱ ଶୀର୍ଷକ କର୍ମଶାଳା 

ପୁରୀରେ ବୃତ୍ତିଭିତ୍ତିକ ପରାମର୍ଶ ଓ ଅଭିଭାବକଙ୍କ ଦାୟିତ୍ୱ ଶୀର୍ଷକ କର୍ମଶାଳା 

ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଉତ୍କଳ ବାଳାଶ୍ରମର ଦୁଇଟି ସମ୍ମିଳନୀ କକ୍ଷରେ ପୃଥକ ଭାବରେ ଶିଶୁ ମାନଙ୍କ ନିମନ୍ତେ ବୃତ୍ତି ଭିତ୍ତିକ ପରାମର୍ଶ ସେବା ତାଲିମ୍ ଓ ସେମାନଙ୍କର ଅଭିଭାବକ ନିମନ୍ତେ ଥିବା ଦାୟିତ୍ୱ, ଶିଶୁ ମାନଙ୍କ ଲାଳନ ପାଳନ ସମ୍ବନ୍ଧରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଆଶୀର୍ବାଦ,ପୃଷ୍ଠ ପୋଷକ ସହାୟତା ପ୍ରାପ୍ତ ପ୍ରାୟ ୮୦ ଜଣ ଶିଶୁ ଓ ସେମାନଙ୍କର ଅଭିଭାବକ ମାନେ ଯୋଗ ଦେଇ ଥିଲେ। ଯେଉଁ ଶିଶୁ ମାନେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରନ୍ତି,ମିଶନ ବାତ୍ସଲ୍ୟ ଯୋଜନା ଅଧୀନରେ ଅଣ ଆନୁଷ୍ଠାନିକ ସେବାଲାଭ କରୁଛନ୍ତି ଓ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଛନ୍ତି ବା ପାସ କରିଛନ୍ତି,+୨ ଉତ୍ତୀର୍ଣ୍ଣ ଶିଶୁଙ୍କୁ ନେଇ ଆଲୋଚନା ହୋଇଥିଲା।
ଶିଶୁ ମାନଙ୍କୁ ତାଙ୍କର ଜୀବନର ଲକ୍ଷ୍ୟ, ଭବିଷ୍ୟତ ଗଠନ ନିମନ୍ତେ,ବୃତ୍ତି ଭିତ୍ତିକ ଶିକ୍ଷା ଲାଭ,ଏଥିପାଇଁ ଥିବା ବିଭିନ୍ନ ସୁବିଧା, ଯୋଜନା, ଧନ୍ଦା ମୂଳକ ବୈଷୟିକ ଶିକ୍ଷା ଆଦି ବିଷୟରେ ଆଲୋଚନା ହୋଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରା ଯୋଗଦେଇ କହିଥିଲେ ଯେ, ଜୀବନରେ ଆଗକୁ ଯିବାକୁ ହେଲେ ବୃତ୍ତିକୁ ଆପଣେଇବାକୁ ପଡିବ ଏବଂ ରୋଜଗାର ଭିତ୍ତିକ ଶିକ୍ଷା ହିଁ ଜୀବନର ମାନଦଣ୍ଡ ନିର୍ଦ୍ଧlରଣ କରିବ। ଡଃ ଅଜିତ କୁମାର ମହାପାତ୍ର, ଅଧ୍ୟକ୍ଷ ଶିଶୁ କଲ୍ୟାଣ ସମିତି, ପୁରୀ,ତନୁପ୍ରଭl ବେଉରା,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
ତାଲିମ୍ ଦାତା ଭାବରେ ପୁରୀ ସରକାରୀ ଆଇ ଟି ଆଇ ର ଶିକ୍ଷୟତ୍ରୀ ଅନିତା ଜଗଦେବ, ସରକାରୀ ପଲିଟେକନିକର ଶିକ୍ଷକ ନୀଳକଣ୍ଠ ନାୟକ,ଏ ଏନ ଏମ ତାଲିମ୍ କେନ୍ଦ୍ରର ଅଧ୍ୟକ୍ଷା ନୟନା ସାମଲ,ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରୀ ପ୍ରଭାତ କୁମାର ବସ୍ତିଆ ଓ ସଞ୍ଜୁ ଯୋଗ ଦେଇ ଶିଶୁ ମାନଙ୍କୁ ବିଭିନ୍ନ ବୃତ୍ତିଭିତ୍ତିକ ଶିକ୍ଷା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। 
ଏହା ସହିତ ଆସିଥିବା ଶିଶୁ ମାନଙ୍କ ଅଭିଭାବକଙ୍କୁ ନେଇ ଶିଶୁ ମନସ୍ତତ୍ଵ, ମିଶନ ବାତ୍ସଲ୍ୟ ର ଲକ୍ଷ୍ୟ, କିଶୋର କିଶୋରୀ ଙ୍କ ଦାୟିତ୍ୱ, ଶିଶୁ ସୁଲଭ ପରିବେଶ ଓ ଅଭିଭାବକଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା। ମୁଖ୍ୟ ଅତିଥି କହିଥିଲେ ଅଭିଭାବକଙ୍କ ଉଚିତ ମାର୍ଗଦର୍ଶନ ଶିଶୁ ମାନଙ୍କୁ ନିଜ ଗୋଡ଼ରେ ଠିଆ ହେବାରେ ସହାୟତା ଯୋଗାଇଦେବ। ଏଥିପ୍ରତି ସମସ୍ତ ଅଭିଭାବକ ଦାୟିତ୍ୱବାନ ହେବା ଉଚିତ। ନିଜର ଦାୟିତ୍ୱ ବୁଝି ଶିଶୁ ର ମାନସ୍ତତ୍ଵ, ଦକ୍ଷତା କୁ ନେଇ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେଲେ ସଫଳତା ପାଇପାରିବେ। କାର୍ଯ୍ୟକ୍ରମକୁ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଓ ସ୍ନିଗ୍ଧାରାଣୀ ସାହୁ ପରିଚାଳନା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Recent Comments

Leave Comments

Top